ଆଗ୍ରା: ପର୍ଯ୍ୟଟକମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର ନୁହେଁ। କାରଣ ଭାରତୀୟ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ‘ତାଜମହଲ’ ଦେଖିବା ପାଇଁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଏଥର ପୂର୍ବରୁ ସତର୍କ ହେବାକୁ ପଡ଼ିବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦୈନକ ସର୍ବାଧିକ ୩୦ ହଜାର ପର୍ଯ୍ୟଟକଙ୍କୁ ତାଜମହଲ ପରିସରକୁ ଯିବା ପାଇଁ ଅନୁମତି ଦେବା ନେଇ ଏକ ପ୍ରସ୍ତାବ ବିଚାର କରୁଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ତାଜମହଲ ଦେଖିବା ପାଇଁ ଯେପରି ମନଇଛା ପର୍ଯ୍ୟଟକ ଯାଉଥିଲେ ,ତା ଉପରେ ରୋକ ଲାଗିବ। ସେହିପରି ୧୫ ବର୍ଷରୁ କମ୍ ପିଲାମାନଙ୍କୁ କୌଣସି ଫି ନ ଲାଗିଲେ ମଧ୍ୟ ସେମାନଙ୍କ ପାଇଁ ‘ଜିରୋ ଚାର୍ଜ’ ଟିକେଟ୍ ସଂଗ୍ରହ କରିବାକୁ ପଡ଼ିବ। ଯଦ୍ୱାରା କେତେ ପର୍ଯ୍ୟଟକ ତାଜମହଲ ପରିସରକୁ ଗଲେ ତାର ହିସାବ ରହି ପାରିବ।
/sambad/media/post_attachments/wp-content/uploads/2018/01/Taj-Mahal_2-300x225.jpg)
ସେହିପରି ଟ୍ରେନ୍ ଟିକେଟ୍ ପରି ଜଣେ ଅନ୍ଲାଇନ୍ କିମ୍ବା ଧାଡ଼ିରେ ଠିଆ ହୋଇ ଟିକେଟ୍ କିଣି ପାରିବେ। ମାତ୍ର ଯେତେବେଳେ ଦିନକ ପାଇଁ ୩୦ ହଜାର ଟିକେଟ ଶେଷ ହୋଇଯିବ, ଅଟୋକେମଟିକ ଭାବେ ସେ ଦିନ ଆଉ କୌଣସି ଟିକେଟ ମିଳିବ ନାହିଁ କିମ୍ବା ଟିକେଟ୍ ନ ଥାଇ କୌଣସି ପର୍ଯ୍ୟଟକଙ୍କୁ ତାଜମହଲ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। ଗତ ସୋମବାର ଦିନ ଭାରତୀୟ ପ୍ରତ୍ନ୍ନତାତ୍ତ୍ୱିକ ସଂସ୍ଥା୍ଶର ମହା ନିର୍ଦେଶକ ଉଷା ଶର୍ମା, କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ପି ଏଲ ସାହୁ, ଆଗ୍ରା ଜିଲ୍ଲା ପ୍ରଶାସନ ଓ ସିଆଇଏସଏଫ ଅଧିକାରୀମାନେ ତାଜମହଲ ପରିଦର୍ଶନ କରିବା ପରେ ଏକ ବୈଠକରେ ମିଳିତ ହୋଇଥିଲେ। ଏ ପ୍ରକାର ଏକ ପ୍ରସ୍ତାବ ସେଠାରେ ତାଜମହଲର ସୁରକ୍ଷା ପାଇଁ ପର୍ଯ୍ୟଟକ ସଂଖ୍ୟୃା ନିୟନ୍ତ୍ରଣ କରିବା ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ପ୍ରାଥମିକ ସ୍ତରରେ ଗ୍ରହଣ କରାଯାଇଛି। ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ମିଟିଂରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ ଯେ ଏବେ ଦୈନିକ ହାରାହାରି ୬୦ରୁ ୭୦ ହଜାର ପର୍ଯ୍ୟଟକ ତାଜମହଲ ଦେଖିବା ପାଇଁ ଯାଇଥାନ୍ତି। ଏତେ ସଂଖ୍ୟକ ପର୍ଯ୍ୟଟକଙ୍କ ଯୋଗୁଁ ତାଜମହଲର ମୁଳଦୂଆ ଉପରେ ପ୍ରଭାବ ପଡ଼ୁଥିବା ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଆଶଙ୍କା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Taj-Mahal.jpg)