ତେଜିନ୍ଦର ବଗ୍ଗା ଗିରଫଦାରି: ପଞ୍ଜାବ ପୁଲିସ ବିରୋଧରେ ଅପହରଣ ‘ଏଫ୍‌ଆଇଆର୍‌’ ଫାଇଲ୍‌ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ‘ବିଜେପି’ ନେତା ତେଜିନ୍ଦର ବଗ୍ଗାଙ୍କ ଗିରଫଦାରି ଘଟଣାରେ ଆଜି ଦିଲ୍ଲୀ ପୁଲିସ ପଞ୍ଜାବ ପୁଲିସ ବିରୋଧରେ ଅପହରଣ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି।

ଆଜି ସକାଳେ ଦିଲ୍ଲୀରୁ ପଞ୍ଜାବ ପୁଲିସ ଗିରଫ କରିଥିବା ‘ବିଜେପି’ ନେତା ତେଜିନ୍ଦର ବଗ୍ଗାଙ୍କୁ ଅପରାହ୍ଣ ୧ଟାରେ ମୋହାଲି ଅଦାଲତରେ ହାଜର କରାଯିବାକୁ ପଞ୍ଜାବ ନେଉଥିବା ପୁଲିସ ଟିମ୍‌କୁ ହରିୟାଣା ପୁଲିସ ଅଟକାଇଛି।

ବଗ୍ଗା କ୍ରୋଧ ଉଦ୍ରେକକାରୀ ବିବୃତି ଦେବା ସହ ଗୁଜବ ପ୍ରଚାର କରିବା ଓ ଧାର୍ମିକ ଏବଂ ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି କରାଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଗତ ମାସରେ ‘ଆପ୍‌’ ନେତା ସନ୍ନୀ ସିଂହଙ୍କ ଅଭିଯୋଗକୁ ଆଧାର କରି ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ଜାତୀୟ ସଚିବ ତେଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ବୁକ୍‌ କରାଯାଇଥିଲା। ମାର୍ଚ ୩୦ ତାରିଖରେ ଏକ ପ୍ରତିବାଦ ବେଳେ ବଗ୍ଗା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଧମକ ଦେଇଥଲେ ବୋଲି କୁହାଯାଉଛି। ଅଭିଯୋଗକାରୀ ବିବୃତି ଓ ଭିଡିଓ କ୍ଲିପ୍‌ ମଧ୍ୟ ପୁଲିସ ନିକଟରେ ଦାଖଲ କରିଥିଲେ।

ତେଜିନ୍ଦର୍‌ ବଗ୍ଗାଙ୍କ ଗିରଫଦାରି ପାଇଁ ‘ବିଜେପି’ ‘ଆମ୍‌ ଆଦ୍‌ମି ପାର୍ଟି’ ଉପରେ ଦୋଷାରୋପ କରିବା ସହ କହିଛି କି, ଏହା ବେଆଇନ। ଆଜି ସାମ୍ବାଦିକ ସମ୍ମିଳନୀରେ ‘ବିଜେପି’ କହିଛି, କେଜ୍ରିୱାଲ୍‌ ‘ବିଜେପି’ ଦଳୀୟକର୍ମୀଙ୍କୁ ବନ୍ଦକରାଇବାକୁ ଚାହାଁନ୍ତି। ସେ ପଞ୍ଜାବ ପୁଲିସକୁ ଅପବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର