ତାଜ୍‌ ମହଲ୍‌ ସଂରକ୍ଷଣ:ପରାମର୍ଶ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ତାଜ୍‌ ମହଲ୍‌ର ସଂରକ୍ଷଣ ପ୍ରସଙ୍ଗକୁ ନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ପୁଣି ଚିନ୍ତା ପ୍ରକଟ କରିଛନ୍ତି। ପରିବେଶଗତ ପ୍ରଭାବରୁ ଏହି ଐତିହ୍ୟସଂପନ୍ନ କୀର୍ତିରାଜି ଏହାର ଚମକ ହରାଇବା ଏବଂ ଦିନକୁଦିକ ଏହା ଅବକ୍ଷୟମୁଖୀ ହେବାକୁ ନେଇ ସର୍ବୋଚ୍ଚ ଅଦାଲତ ଦୁଃଖପ୍ରକାଶ କରିଛନ୍ତି। ତେବେ କି ପଦକ୍ଷେପ ନେଲେ ଏହାର ସଂରକ୍ଷଣ କରାଯାଇ ପାରିବ ଏବଂ ଏହାର ଚମକ ଝଲସିଉଠିବ, ସେ ବାବଦରେ ସୁପ୍ରିମ୍‌କୋର୍ଟ ସରକାର ଏବଂ ବିଭିନ୍ନ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଦୂଷଣରୁ ତାଜ୍‌ ମହଲ୍‌କୁ ସୁରକ୍ଷା ଯୋଗାଇବାରେ ବିଫଳତା ପାଇଁ ଗତ ମାସରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଏଏସ୍‌ଆଇକୁ ଭର୍ତ୍ସନା କରିଥିଲେ।

ସମ୍ବନ୍ଧିତ ଖବର