ଲକ୍ଷ୍ନୌ: ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର କିଛି କାର୍ଯ୍ୟକର୍ତ୍ତା ଆଜି ତାଜମହଲର ପଶ୍ଚିମ ଦ୍ୱାରକୁ ଭାଙ୍ଗି ଦେଇଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଅଭିଯୋଗ ଆଧାରରେ ପୁଲିସ୍ ଏହି ଘଟଣାରେ ୫ ଜଣ ଭିଏଚପି କର୍ମୀଙ୍କ ବିରୋଧରେ ଓ ୨୦-୨୫ ଜଣ ଅଜଣା ଭିଏଚ୍ପି ସମର୍ଥକଙ୍କ ବିରୋଧରେ ମାମଲା ରୁୁଜୁ କରିଛି। ଘଟଣାକୁ ୨ ଦିନ ହୋଇଯାଇଥିଲେ ହେଁ ପୁଲିସ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ତାଜମହଲ ପାଇଁ ବାଡ଼ ତିଆରି କରିବା ନାଁରେ ପ୍ରତ୍ନତତ୍ତ୍ୱ ବିଭାଗ ୪ଶହ ବର୍ଷ ପୁରୁଣା ଶିବ ମନ୍ଦିରର ରାସ୍ତାକୁ ବନ୍ଦ କରିଥିବା ବିଶ୍ୱ ହିନ୍ଦୁ ପରିଷଦ ସମର୍ଥକମାନେ ଅଭିଯୋଗ କରିଛନ୍ତି। କିନ୍ତୁ ମନ୍ଦିର ପାଇଁ ଏକ ଭିନ୍ନ ରାସ୍ତା ରହିଥିବା ପ୍ରତ୍ନତତ୍ତ୍ୱ ବିଭାଗ କହିଛି। ହାତୁଡି ଓ ଲୁହା ରଡ ଯୋଗେ ଏହି ଗେଟ ଭାଙ୍ଗିବା ଦୃଶ୍ୟର ଏକ ଭଡିଓ ମଧ୍ୟ ଭାଇରାଲ ହୋଇଛି। ନୂଆକରି ଲାଗିଥିବା ଟର୍ନଷ୍ଟିଲ ଗେଟକୁ ସେମାନେ ଓପାଡ଼ି ଫୋପାଡ଼ି ଦେଇଥିଲେ। ଏନେଇ ଖବର ପାଇ ତାଜମହଲ ସୁରକ୍ଷା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା।
ତାଜମହଲ ପଶ୍ଚିମ ଗେଟ୍ ଭାଙ୍ଗିଲେ ଭିଏଚପି କର୍ମୀ
/sambad/media/post_attachments/wp-content/uploads/2018/06/tajmahal.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)