ଭାରତରେ ପ୍ରଥମ: ତାଜମହଲରେ ହେବ ସ୍ତନ୍ୟପାନ କକ୍ଷ

ନୂଆଦିଲ୍ଲୀ; ଐତିହାସିକ ସ୍ମାରକସ୍ଥଳୀ ଆଗ୍ରାର ତାଜମହଲଠାରେ ସ୍ତନ୍ୟପାନ ପାଇଁ ଏକ ସ୍ବତନ୍ତ୍ର କକ୍ଷ ନିର୍ମାଣ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ନିଷ୍ପତ୍ତି ନେଇଛି। ବିଭାଗର ଅଧିକାରୀ ବସନ୍ତ କୁମାର ସ୍ବର୍ଣ୍ଣକାର କହିଛନ୍ତି, ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ମା’ଙ୍କ ପାଇଁ ଜୁଲାଇ ମାସ ସୁଦ୍ଧା ଏକ ସ୍ତନ୍ୟପାନ କକ୍ଷ ନିର୍ମାଣ କରାଯିବ। ସେ କହିଛନ୍ତି, ଗତ ସପ୍ତାହରେ ଜଣେ ମା’ ତାଙ୍କ ଶିଶୁକୁ ସ୍ତନ୍ୟପାନ କରିବାରେ ବହୁତ ସଂଘର୍ଷ କରୁଥିବା ସେ ଦେଖିଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଆଡ଼ କରି ଛିଡା ହୋଇଥିଲେ ମଧ୍ୟ ମହିଳା ଜଣକ ଠିକ୍‌ରେ ଏହା କରାଇ ପାରୁନଥିଲେ। ଏହାପରେ ସ୍ତନ୍ୟପାନ ନିମନ୍ତେ ଏକ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର