ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳାଧନରେ କିଣାଯାଇଥିବା ସମ୍ପତ୍ତି ଉପରେ ନଜର ପଡ଼ିଛି। କଳାଧନ ଅର୍ଥାତ ବେନାମି ସମ୍ପତ୍ତି ବିରୁଦ୍ଧରେ ମୋଦି ସରକାର ଯେକୌଣସି ମୂହୁର୍ତ୍ତରେ ପଦକ୍ଷେପ ନେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ତେବେ କିପରି ଜାଣିବେ ଆପଣଙ୍କ ପାଖରେ ଥିବା ସମ୍ପତ୍ତି ବେନାମି ସମ୍ପତ୍ତି କି ନୁହେଁ ? ତେବେ ବେନାମି ତଥ୍ୟ ସମ୍ବନ୍ଧିତ ମୋଦି ସରକାରଙ୍କ ପଦକ୍ଷେପ ସମ୍ପର୍କରେ କିଛି ବିବରଣୀ ନିମ୍ନୋରେ ପ୍ରଦତ୍ତ।
/sambad/media/post_attachments/wp-content/uploads/2017/11/modi-7597.jpg)
ବେନାମି ସମ୍ପତ୍ତି ଅର୍ଥାତ ସମ୍ପତ୍ତି କିଣିଥିବା ବ୍ୟକ୍ତିଙ୍କ ନାମ ନଥାଇ ଅନ୍ୟ ବ୍ୟକ୍ତିଙ୍କ ନାମ ରହିବା । ଯଦି ଆପଣ ନିଜ ପୁଅ କିମ୍ବା ଝିଅ ନାମରେ ସମ୍ପତ୍ତି କିଣିଛନ୍ତି ମାତ୍ର ଆପଣ ଆୟକର ବିଭାଗରେ ଯଦି ଏହା ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ତେବେ ଏହାକୁ ବେନାମୀ ସମ୍ପତ୍ତି ରୂପେ ଧରାଯିବ।
କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପାଖରେ କିଛି ଜଏଂଟ ସମ୍ପତ୍ତି ଅଛି ତେବେ ଏହାର ତଥ୍ୟ ମଧ୍ୟ ଆୟକର ବିଭାଗରେ ସାମିଲ କରିବେ , ନଚେଚ ଏହାକୁ ବେନାମି ସମ୍ପତ୍ତି ତାଲିକାରେ ଅର୍ନ୍ତଭୁକ୍ତ ହେବ।
/sambad/media/post_attachments/wp-content/uploads/2017/11/pm-modi_story_647_122516061722_122616062530.jpg)
ବେନାମି ନେଣ-ଦେଣକୁ ରୋକ୍ ଲଗାଇବା ପାଇଁ ପ୍ରଥମେ ବେନାମି ସମ୍ପତ୍ତି କାର୍ଯ୍ୟ ର୍ନିବାହ-୧୯୮୮ରେ ମୋଦି ସରକାର ସଂଶୋଧନ କରିଛନ୍ତି । ଏହି ନିୟମ ସରକାରଙ୍କ ଦ୍ୱାରା ଅଧିକୃତ ହୋଇଛି । ଯଦି ଆପଣଙ୍କ ସମ୍ପତ୍ତି ବେନାମି ଥାଏ ତେବେ ଆପଣଙ୍କୁ ସମ୍ପତ୍ତିି ଉପରେ କଟକଣା ଜାରି ପାଇଁ ନୋଟିସ ଆସିପାରେ ଏବଂ ଆଇନ ମୁତାବକ ବେନାମି ନେଣ-ଦେଣ ସକାଶେ ୩ରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡିପାରେ ।
ଅନ୍ୟପକ୍ଷରେ ଆପଣଙ୍କୁ ଯଦି ଜଣି ସାରିଛନ୍ତି କି, ଆପଣଙ୍କ ସମ୍ପତ୍ତି ବେନାମି ହେବାର ସମ୍ଭାବନା ଅଛି ତେବେ ଏହି ସମ୍ପତ୍ତିକୁ ଆପଣ ବୈଧ ମଧ୍ୟ କରିପାରିବେ । ଯଦି ଆପଣ ୨ବର୍ଷ ମଧ୍ୟରେ କୌଣସି ସମ୍ପତ୍ତି କିଣିଛନ୍ତି ଏବଂ ଏହାର ଘୋଷଣା କରାଯାଇନାହିଁ ତେବେ ଆପଣ ଏହାକୁ ଆୟକର ବିଭାଗ ସହ ସମ୍ପୃକ୍ତ କରାଇ ଏହାର ଆୟକର ଦେଇପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Narendra-Modi-31.jpg)