ନୂଆଦିଲ୍ଲୀ: ‘ମୋ ନାଁ ରାହୁଲ ଗାନ୍ଧୀ, ରାହୁଲ ସାଭରକର ନୁହେଁ’ ବୋଲି ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଆପତ୍ତି ଆଣିଛନ୍ତି ବୀର ସାଭରକଙ୍କର ନାତି ରଣଜିତ ସାଭରକର। ତାଙ୍କ ଜେଜେଙ୍କୁ ଅସମ୍ମାନ କରିଥିବା ହେତୁ ସରକାର ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଗତକାଲି ରଣଜିତ କହିଥିଲେ କି ତାଙ୍କ ଜେଜେ ବୀର ସାବରକରଙ୍କୁ ଏକ ସର୍ବସାଧାରଣ ରାଲିରେ ରାହୁଲ ଅପମାନିତ କରିଥିବା କାରଣରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ତାଙ୍କୁ ମାଡ଼ ମାରିବା ଉଚିତ ଥିଲା। ରଣଜିତ ଆହୁରି ବି କହିଛନ୍ତି କି ସେ ଖୁସି ଯେ ରାହୁଲଙ୍କ ନାମ ପରେ ସାଭରକର୍ ସାଙ୍ଗିଆ ଲାଗି ନାହିଁ। ‘ଭାରତ ବଚାଓ’ ରାଲିରେ ରାହୁଲ ସାଭରକରଙ୍କୁ ଅପମାନିତ କରିବା ପରି ଦେଇଥିବା ବୟାନକୁ ନେଇ ରଣଜିତ କହିଛନ୍ତି କି ରାହୁଲଙ୍କୁ ତାଙ୍କ ଭୁଲ୍ ସ୍ବୀକାର କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ମଜାକ ଉଡ଼ାଇ ତାହାକୁ ‘ରେପ୍ ଇନ୍ ଇଣ୍ଡିଆ’ କହିବା ପରେ ତାଙ୍କୁ ବିଭିନ୍ନ ଆଡୁ କ୍ଷମା ମାଗିବାକୁ ଚାପ ପଡ଼ିଥିଲା। ମାତ୍ର ରାହୁଲ କ୍ଷମା ମାଗିବା ପରିବର୍ତ୍ତେ କହିଥିଲେ କି ‘ମୁଁ ରାହୁଲ ଗାନ୍ଧୀ, ରାହୁଲ ସାଭରକର ନୁହେଁ ଯେ କ୍ଷମା ମାଗିବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/RahulGandhi_0.jpg)