ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିରୋଧରେ ପାକିସ୍ତାନ ଉଲ୍ଲେଖଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ: ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ମଙ୍ଗଳବାର ମନଶେରା ଅନ୍ତର୍ଗତ ବାଲାକୋଟ୍‌ ଠାରେ ଜୈଶ୍‌-ଏ-ଅହମ୍ମଦର ସବୁଠୁ ବଡ଼ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ଭାରତୀୟ ବାୟୁସେନା ପ୍ରାକ୍‌-ପାହାନ୍ତି ଆକ୍ରମଣ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା କହିଛି କି, ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିରୋଧରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଉଭୟ ଦେଶ ସଂଯମ ଅବଲମ୍ବନ କରନ୍ତୁ।

ଉଭୟ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ଏକ ବିବୃତିରେ କହିଛନ୍ତି ସଂଯମ ରକ୍ଷା କରିବା ଲାଗି ଆମେ ଭାରତ ଓ ପାକିସ୍ତାନକୁ କହିଛୁ। ସେମାନେ କୌଣସି ପରିସ୍ଥିତରେ ଉତ୍ତେଜନା ଏଡ଼ାଇ ଚାଲନ୍ତୁ।

ପାକିସ୍ତାନରେ କାର୍ଯ୍ୟକରୁଥିବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିରୋଧରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ୍‌ କୁରେଶିଙ୍କୁ ପୋମ୍ପେଓ।

ପାକିସ୍ତାନର ବାଲାକୋଟ୍‌ ଠାରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ଘଟନାକୁ ପୋମ୍ପେଓ ଆତଙ୍କବାଦାଦ-ମୁକାବିଲା ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ କଥାବାର୍ତ୍ତା କରି ସେ ନିବିଡ଼ ନିରାପତ୍ତା ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର