ଜେଟ୍ ଏୟାର୍ଓଏଜ୍କୁ ବଞ୍ଚାଇବା ପାଇଁ ବ୍ୟାଙ୍କ୍ ମୋ ଟଙ୍କା ନେଇଯାଉ: ବିଜୟ ମାଲ୍ୟା
ନୂଆଦିଲ୍ଲୀ: ଜେଟ୍ ଏୟାର୍ଓଏଜ୍ କମ୍ପାନିକୁ ବୁଡ଼ିବାରୁ ରକ୍ଷା କରିବା ପାଇଁ ସରକାର ୧୫୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଘୋଷଣା ହେବାର ପରଦିନ କିଙ୍ଗ୍ଫିସର୍ ଏୟାର୍ଲାଇନ୍ର ମାଲିକ ବିଜୟ ମାଲ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ସରକାର ତାଙ୍କ ପାଇଁ କିଛି ବି କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ଵିଟ୍ ସିରିଜ୍ରେ ପଳାତକ ମାଲ୍ୟା କହିଛନ୍ତି କି ‘କିଙ୍ଗ୍ଫିସର୍ କମ୍ପାନି ଓ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ମୁଁ ୪୦୦୦ କୋଟି ଟଙ୍କା ବିନିଯୋଗ କଲି। ଏହାକୁ କେହି ବି ଚିନ୍ତା ନକରି ମତେ ବରଂ ଅନେକ ସମୟରେ ଅପମାନିତ କରାଯାଇଛି। ସମାନ ପିଏସ୍ୟୁ ବ୍ୟାଙ୍କ୍ ଭଲ କର୍ମଚାରୀ ଓ ସଂଯୋଗ ଦେଉଥିବା ଏୟାର୍ଲାଇନ୍ ସହ ଠିକ୍ ବ୍ୟବହାର କରିନାହିଁ।’
ମାଲ୍ୟା ଆଉ ଏକ ଟ୍ଵିଟ୍ କରି କହିଛନ୍ତି ଯେ ‘ବ୍ୟାଙ୍କ୍ ମୋ ଟଙ୍କା କହିଁକି ନେଇ ଯାଉନି, ଜେଟ୍ ଏୟାର୍ଓଜ୍କୁ ବଞ୍ଚାଇ ରଖିବାକୁ।’ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଥରେ ମାଲ୍ୟ କହିଥିଲେ କି ସେ ତାଙ୍କ କର୍ମଚାରୀମାନଙ୍କର ଦୀର୍ଘ ଦିନର ଦରମା ଦେବାକୁ ଚାହାନ୍ତି।