ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି।

Advertisment

ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ କିଛି ସଂଶୋଧନ ପରେ  ଏହାକୁ ପୁନଃପ୍ରକାଶ କରାଯିବ ବୋଲି କୁହାଯାଇଥିଲା। 

ବାସ୍ତବରେ, ବିଜେପିର ପ୍ରଥମ ତାଲିକା ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରକାଶ ପାଇଥିଲା। ପରେ ମଧ୍ୟାହ୍ନ ୧୨ ଟାରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିବର୍ତ୍ତନ ସହିତ ଏକ ନୂତନ ତାଲିକା ପ୍ରକାଶ କରିବା ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ୨ ଘଣ୍ଟା ମଧ୍ୟରେ ତାଲିକା ପ୍ରତ୍ୟାହାର କରାଯାଇଥିଲା।

ତା’ପରେ ପ୍ରାୟ ଅଧ ଘଣ୍ଟା ପରେ ଏକ ନୂତନ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ତିନିଟି ପର୍ଯ୍ୟାୟ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା। ନୂତନ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ପାଇଁ  ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି । 

ଅଧିକ ପଢ଼ନ୍ତୁ:ସନ୍ୟାସ ନେବେ ମାୟାବତୀ !: କହିଲେ ମୋତେ ରାଷ୍ଟ୍ରପତି କରିବା ଗୁଜବ ମଧ୍ୟ ଥିଲା...

ପ୍ରକାଶ ପାଇଥିବା ବିଜେପିର ୧୫ ଜଣିଆ ପ୍ରାର୍ଥୀଙ୍କ ନୂଆ ତାଲିକାରେ ୮ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଇଞ୍ଜିନିୟର ସୟଦ ସୌକତ ମୟୂର ଆନ୍ଦ୍ରାବି, ଅର୍ଶିଦ ଭଟ୍ଟ, ଜାଭେଦ୍ ଅହମ୍ମଦ କାଦ୍ରି, ମହମ୍ମଦ ରଫିକ୍ ୱାନି, ଆଡଭୋକେଟ୍ ସୟଦ ୱଜାହତ, ସୋଫି ୟୁସୁଫ୍, ତାରିକ୍ କିନ୍ ଏବଂ ସଲିମ ଭଟ୍ଟଙ୍କୁ ବିଭିନ୍ନ ଆସନରେ ଟିକେଟ ଦିଆଯାଇଛି।

ଅଧିକ ପଢ଼ନ୍ତୁ:ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର୍ କଲା ରୁଷିଆ: ମଧ୍ୟରାତ୍ରିରୁ କ୍ଷେପଣାସ୍ତ୍ର ମାଡ଼