ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ନିକଟରେ ସେଲ୍‌ଫି ଉଠାଇଲେ ଜେଲ୍‌

ଲକ୍ଷ୍ନୌ: ୫, କାଳିଦାସ ମାର୍ଗରେ ଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ନିକଟରେ ସେଲ୍‌ଫି ଉଠାଇଲେ ଜେଲ୍‌ ଦଣ୍ଡ ହୋଇପାରେ।

ବୁଧବାର ଦିନ ଉତ୍ତର ପ୍ରଦେଶ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଇଥିବା ରାସ୍ତା ଛକରେ ଗୋଟିଏ ବ୍ୟାନର୍‌ ଲଗାଇଛି। ଏଥିରେ ଲେଖା ଅଛି ଯେ ହାଇ ସିକ୍ୟୁରିଟି ଜୋନ୍‌ ହୋଇଥିବାରୁ ଭିଆଇପି ଏରିଆରେ ଫଟୋ କିଂବା ସେଲ୍‌ଫି ଉଠାଇବା ଦଣ୍ଡନୀୟ ଅପରାଧ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Image Courtesy of India.com

ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ‘ଉତ୍ତର ପ୍ରଦେଶ କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜ୍‌ଡ୍‌ କ୍ରାଇମ୍‌ ବିଲ୍‌ ୨୦୧୭’ (ୟୁପିସିଓସିବି ବା ‘ଉପକୋକା’) ଆଗତ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଞ୍ଚଳରେ ଏ ଭଳି ପୋଷ୍ଟର୍‌କୁ ଦେଖି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କୁ ସମାଲୋଚନା କରି ଏକ ଟୁଇଟ୍‌ ପୋଷ୍ଟ କରିଛନ୍ତି।

ଟୁଇଟ୍‌ରେ ଅଖିଳେଶ ଯାଦବ ଲେଖିଛନ୍ତି: ନବ ବର୍ଷ ଉପଲକ୍ଷେ ଜନସାଧାରଣଙ୍କୁ ଉତ୍ତର ପ୍ରଦେଶ ସରକାରଙ୍କ ଉପହାର, ସେଲ୍‌ଫି ଉଠାଇଲେ ଲାଗୁ ‘ଉପକୋକା’ ଆଇନ ଅନୁସାରେ ଦଣ୍ଡ ଭୋଗି ପାରନ୍ତି।

ଅଖିଳେଶ ଟୁଇଟ୍‌ କରିବାର କିଛି ସମୟ ପରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ସେ ବ୍ୟାନର୍‌କୁ ଖୋଲି ନେଇଥିଲେ।

Image Courtesy of NDTV

ଲକ୍ଷ୍ନୌର ଏସ୍‌ଏସ୍‌ପି ଦୀପକ କୁମାର କହନ୍ତି: ତାହା ହାଇ ସିକ୍ୟୁରିଟି ଜୋନ୍‌ ହୋଇଥିବାରୁ ସେଠାରେ ସେଲ୍‌ଫି ଉଠାଇବା ବେଳେ କେତେକ ଯୁବକଙ୍କ ସହ ସିକ୍ୟୁରିଟି ବ୍ୟାରିଅର୍‌ ନିକଟରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କର ବଚସା ହୋଇଥିଲା। ପରେ ସ୍ଥାନୀୟ ପୁଲିସ ସେଠାରେ ସ୍ଥାନୀୟ ପୁଲିସ ବ୍ୟାନରିଟି ଲଗାଇ ଥିଲେ। ମୋତେ ଏ ନିଷ୍ପତ୍ତି ସମ୍ପର୍କରେ ମତେ ସୂଚନା ଦିଆ ଯାଇ ନ ଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସାମନାରେ ଥିବା ଭିଭିଆଇପି ଷ୍ଟ୍ରେଚ୍‌ କାଳିଦାସ ମାର୍ଗ ଅତୀତରେ ମଧ୍ୟ ଖବର ପାଲଟିଥିଲା। ବହୁଜନ ସମାଜ ପାର୍ଟି ଶାସନ କାଳରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ସେଠାରେ ଯାତ୍ରୀମାନଙ୍କର ଗମନା ଗମନ ନିଷିଦ୍ଧ କରିଥିଲେ।
ସନ୍ଦୀପ ସାକ୍‌ସେନା ନାମକ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ କହନ୍ତି: ଉତ୍ତମ ରୂପେ ବାରିକେଡ୍‌ କରାଯାଇଥିବା ଏହି ଖଣ୍ଡଟି ମାୟାବତୀଙ୍କ ଅମଳରେ ପାଞ୍ଚ ବର୍ଷ ଲାଗି ବନ୍ଦ ରହିଥିଲା।

Image Courtesy of The Hindu

୨୦୧୨ରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ କଟକଣା ଉଠିଥିଲା ଏବଂ ସର୍ବସାଧାରଣଙ୍କ ନିମନ୍ତେ ରାସ୍ତା ଖୋଲିଥିଲା।
ସେ ଖଣ୍ଡଟିର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଇଥିଲେ ଅଖିଳେଶ। ପ୍ରଭାତ ପଥିକମାନଙ୍କ ପାଇଁ ସେଠାରେ ଏକ ସାଇକେଲ୍‌ ଏବଂ ଜଙ୍ଗିଗ୍‌ ଟ୍ରାକ୍‌ ମଧ୍ୟ ବିକଶିତ କରାଯାଇ ଥିଲା ବୋଲି ପାର୍କ ରୋଡ୍‌ବାସୀ ସାକ୍‌ସେନା କହିଛନ୍ତି।

କାଳିଦାସ ମାର୍ଗ ନିକଟରେ ଅଫିସ୍‌ ଥିବା ଲକ୍ଷ୍ନୌ ବାସିନ୍ଦା ମହମ୍ମଦ ଖାଲିଦ କହନ୍ତି: ଆମ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦି) ଯୁବକ ଏବଂ ବିଦେଶୀ ଅଭ୍ୟାଗତଙ୍କ ସହ ସେଲ୍‌ଫି ଉଠାଇବାକୁ ସୁଖ ପାଉଥିବା ବେଳେ ଏଠାରେ ସେଲ୍‌ଫି ଉଠାଇବା ଦଣ୍ଡନୀୟ ବୋଲି ଆମକୁ ଚେତାବନୀ ଦିଆ ଯାଇଛି। ସୁଖର କଥା ସେ ବ୍ୟାନର୍‌ଟିକୁ ଖୋଲି ନିଆ ଯାଇଛି।

ସମ୍ବନ୍ଧିତ ଖବର