ତାଲିବାନର ମହିଳା ବିରୋଧୀ ନୀତିର ପ୍ରତିବାଦ : ପୁରୁଷ ଆଙ୍କରମାନେ ବି ମୁହଁ ଆବୃତ କଲେ

କାବୁଲ : ଆଫଗାନିସ୍ଥାନରେ ତାଲିବାନ ଶାସନ ଆସିବା ପରେ ଧୀରେ ଧୀରେ ନାରୀମାନଙ୍କ ଅଧିକାର ସଂକୁଚିତ କରିବାରେ ଲାଗିଛି । ଗୋଟିକ ପରେ ଗୋଟିଏ ଆଦେଶରେ ନାରୀମାନଙ୍କ ଉପରେ କଠୋର କଟକଣା ଲଗାଉଛି । ନିକଟରେ ତାଲିବାନ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ ମହିଳା ନ୍ୟୁଜ ଆଙ୍କରଙ୍କୁ ମୁହଁ ଆବୃତ କରି ସମ୍ବାଦ ପାଠ କରିବାକୁ କୁହାଯାଇଛି । ଏହାକୁ ନେଇ ଆଫଗାନିସ୍ତାନ ସମେତ ସମଗ୍ର ବିଶ୍ବରେ ଥିବା ଆଫଗାନମାନେ ବିରୋଧ କରିଛନ୍ତି । ମହିଳା ଆଙ୍କରମାନଙ୍କୁ ସମର୍ଥନ କରି ପୁରୁଷ ଆଙ୍କରମାନେ ମଧ୍ୟ ମୁହଁରେ ମାସ୍କ ଲଗାଇ ସମ୍ବାଦ ପାଠ କରୁଛନ୍ତି ।

ଏହା ପୂର୍ବରୁ ଆଫଗାନିସ୍ତାନରେ ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଉପରେ କଟକଣା ଜାରି କରାଯାଇଥିଲା । ଆଫଗାନିସ୍ତାନର ସହର ହେରାତରେ ତାଲିବାନର ଅଧିକାରୀମାନେ ମହିଳାମାନଙ୍କୁ ଲାଇସେନ୍ସ ନ ଦେବାକୁ ଡ୍ରାଇଭିଂ ସ୍କୁଲମାନଙ୍କୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା । ସେହିପରି ରେଷ୍ଟୋରାଁରେ ମହିଳା ଓ ପୁରୁଷ ଏକାଠି ଖାଇବା ଉପରେ କଟକଣା ଜାରି କରାଯାଇଥିଲା । ସେହିପରି ପରିବାରର ଜଣେ ପୁରୁଷ ସଦସ୍ୟଙ୍କ ବିନା ବଜାରକୁ ନ ଯିବାକୁ ମହିଳାମାନଙ୍କୁ କୁହାଯାଇଛି ।  ମହିଳା ପୁରୁଷ ସମ୍ପର୍କୀୟଙ୍କ ବିନା ବିମାନରେ ଚଳାଚଳ କରିପାରିବେ ନାହିଁ ବୋଲି କହିଛି ତାଲିବାନ।

 

ସମ୍ବନ୍ଧିତ ଖବର