କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଚାଇନିଜ୍ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ବନ୍ଧକ କାଣ୍ଡର ଅନ୍ତ ଘଟିଛି । ତାଲିବାନ ସୁରକ୍ଷାବଳ ହୋଟେଲ ମଧ୍ୟକୁ ପ୍ରବେଶ କରି ୩ ଜଣ ଆକ୍ରମଣକାରୀ ( ତାଲିବାନ ମତରେ ଆତଙ୍କବାଦୀ)ଙ୍କୁ ମାରିଦେଇଛି । ଏହା ସହିତ ବନ୍ଧକ ଥିବା ହୋଟେଲର ଅତିଥିମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଘଟଣାରେ କୌଣସି ବିଦେଶୀ ନାଗରିକ ମୃତ୍ୟୁବରଣ କରିନାହାନ୍ତି । ତେବେ ଝରକାରୁ ଡେଇଁ ପଡ଼ିବା ଫଳରେ କେତେକ ବିଦେଶୀ ଆହତ ହୋଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।
Attack on a hotel in Kabul city ended with 3 attckers being killed by security forces.
All guests in the hotel have been rescued and no foreign national killed.
Only two foreign citizens slightly injured when they tried to jump from a window.— Suhail Shaheen. محمد سهیل شاهین (@suhailshaheen1) December 12, 2022
ଅନ୍ୟପକ୍ଷରେ ଏହି ଘଟଣା ପଛରେ ପାକିସ୍ତାନ ଓ ଆଇଏସର ହାତ ଥିବା ତାଲିବାନ ଅଭିଯୋଗ କରିଛି । ଆଫଗାନିସ୍ତାନକୁ ବଦନାମ କରିବାକୁ ଓ ପୁଣି ଥରେ ଏକ ଆତଙ୍କୀ ରାଷ୍ଟ୍ରରେ ପରିଣତ କରିବାକୁ ପାକିସ୍ତାନ ଏପରି କରିଛି ବୋଲି ତାଲିବାନ କହିଛି ।
ଆଫଗାନିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ କାବୁଲର ସହର-ଇ ନାଉ ଅଂଚଳରେ ଥିବା ଏକ ହୋଟେଲ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ହୋଟେଲରେ ଅଧିକାଂଶ ସମୟ ଚୀନର ନାଗରିକମାନେ ରହୁଥିବାରୁ ଏହାକୁ ଚାଇନିଜ୍ ହୋଟେଲ କୁହାଯାଏ ।
ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସୋମବାରଦିନ ଏହି ହୋଟେଲରେ ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା ଓ ପରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ବୋମା ବିସ୍ଫୋରଣ କରିବା ପରେ ହୋଟେଲ ଭିତରେ ପ୍ରବେଶ କରି ଗୁଳି ଚଳାଇଥିଲେ ।