ଅନ୍ତରୀଣ ସରକାର ଗଠନ ସମ୍ପର୍କରେ ଘୋଷଣା କଲା ତାଲିବାନ : ମୁଲ୍ଲା ଅଖୁନ୍ଦ ପ୍ରଧାନମନ୍ତ୍ରୀ, ଅନ୍ତର୍ଜାତୀୟ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ

କାବୁଲ : ତାଲିବାନ ପକ୍ଷରୁ ନିଜର ଅନ୍ତରୀଣ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଛନ୍ତି ।

ମୁଲ୍ଲା ମହମ୍ମଦ ହାସାନ ଅଖୁନ୍ଦ ସରକାରର ମୁଖ୍ୟ ବା ପ୍ରଧାନମନ୍ତ୍ରୀ ହେବେ । ମୁଲ୍ଲା ବରାଦରଙ୍କୁ ସରକାରର ଉପ-ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଛି । ଦ୍ବିତୀୟ ଉପ-ପ୍ରଧାନମନ୍ତ୍ରୀ ଭାବେ ମଲାଓ୍ବି ହନାଫିଙ୍କ ନାମ ଘୋଷଣା କରାଯାଇଛି । ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଓ ସିରାଜୁଦ୍ଦିନ ହକ୍କାନିଙ୍କୁ ଗୃହମନ୍ତ୍ରୀ ଘୋଷଣା କରାଯାଇଛି । ହକ୍କାନିକୁ ମିଳିତ ଜାତିସଂଘ ଓ ଆମେରିକା ପକ୍ଷରୁ ହିଁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଛି । ତା’ ମୁଣ୍ଡରେ ୫ ନିୟୁତ ଡଲାରର ପୁରସ୍କାର ରାଶି ରହିଛି ।

ଅନ୍ୟପକ୍ଷରେ ମୌଲବୀ ଅମୀର ଖାଁ ମୋଟାକୀ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ହେବେ ଓ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ ଉପବୈଦେଶିକ ମନ୍ତ୍ରୀ ହେବେ ।

ଅନ୍ୟପକ୍ଷରେ ଆଫଗାନିସ୍ତାନରେ ତାଲିବାନ ସରକାର ଓ ପାକିସ୍ତାନ ବିରୋଧରେ ସାଧାରଣ ଆଫଗାନବାସୀଙ୍କ ବିକ୍ଷୋଭ ଜାରି ରହିଛି ।

ସମ୍ବନ୍ଧିତ ଖବର