ପ୍ରଭାବଶାଳୀ ମୌଲବୀ ମହମ୍ମଦ୍‌ ସର୍ଦାର୍‌ ଜାଦ୍‌ରାନ୍‌ଙ୍କୁ ଗିରଫ କରି ଫଟୋ ରିଲିଜ୍ କଲା ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଅଫ୍ ରିଲିଜିୟସ୍‌ ସ୍କୋଲାର୍ସ’ର ପୂର୍ବତନ ମୁଖ୍ୟ ମୌଲବୀ ମହମ୍ମଦ୍‌ ସର୍ଦାର୍‌ ଜାଦ୍‌ରାନ୍‌ଙ୍କୁ ଗିରଫ କରି କରିଥିବା କଥା ସୁନିଶ୍ଚିତ କରି ତାଲିବାନ୍ କହିଛି।

ଆଖିରେ ଅନ୍ଧପଟଳ ବନ୍ଧାଯାଇଥିବା ମୌଲବୀ ମହମ୍ମଦ୍‌ ସର୍ଦାର୍‌ ଜାଦ୍‌ରାନ୍‌ଙ୍କର ଗୋଟାଏ ଫଟୋ ମଧ୍ୟ ସେମାନେ ରିଲିଜ୍ କରିଛନ୍ତି।

ତାଲିବାନ୍‌ ବିରୋଧରେ ଲଢ଼ିବା ପାଇଁ ଅସ୍ତ୍ର ଉତ୍ତୋଳନ କରିଥିବା ଆଫଗାନିସ୍ତାନର ଅନ୍ୟତମ ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରିଙ୍କୁ ଏହା ପୂର୍ବରୁ ତାଲିବାନ୍ ଗିରଫ କରିଥିଲା।

ଅନେକ ଆଫଗାନିସ୍ତାନୀ ନେତା ଦେଶ ତ୍ୟାଗ କରି ଚାଲିଯାଉଥିବା ବେଳେ ସଲିମା ମଜାରି ବଲାଖ୍ ପ୍ରଦେଶ ଆତ୍ମସମର୍ପଣ କରିବାଯାଏଁ ରହିଥିଲେ। ସବା ଶେଷରେ ତାଙ୍କ ଚହର କିଣ୍ଟ୍‌ ଜିଲ୍ଲା ତାଲିବାନ୍ ନିକଟରେ ପରାସ୍ତ ହୋଇଥିଲା।

Image Courtesy of institute of war

ପ୍ରାପ୍ତ ସୂଚନା ଅନୁସାରେ, ତାଲିବାନ୍ ଲଢୁଆମାନେ ସମଗ୍ର ଦେଶକୁ ନିୟନ୍ତ୍ରଣାଧୀନ କରିବା ପରେ ରାଷ୍ଟ୍ରପତି ଅଶରଫ୍ ଗନୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଦେଶ ଛାଡ଼ି ଚାଲିଯିବା ପରେ ନେତ୍ରୀ ସଲିମାଙ୍କୁ ତାଲିବ୍‌ମାନେ କାବୁ କରିନେଇଥିଲେ।

Image Courtesy of India Today

ଅଳ୍ପ କିଛି ବର୍ଷ ତଳେ ଆଫଗାନିସ୍ତାନ୍‌ର ସର୍ବପ୍ରଥମ ୩ଜଣ ମହିଳା ରାଜ୍ୟପାଳଙ୍କ ମଧ୍ୟରେ ସଲିମା ମଜାରିଆ ଥିଲେ ଅନ୍ୟତମା। ଉଲ୍ଲେଖନୀୟ ପ୍ରତିରୋଧ କରି ନ ପାରି ଅଧିକାଂଶ ଆଫଗାନ୍‌ ପ୍ରଦେଶ ପରାଜୟ ସ୍ବୀକାର କରିଥିବା ବେ‌ଳେ ବଲାଖ୍ ପ୍ରଦେଶର ଚହର କିଣ୍ଟ୍‌ ଜିଲ୍ଲାକୁ ନିରାପଦ ରଖିବା ଲାଗି ସଲିମା ସବୁମତେ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର