ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍‌

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍‌ ଅନୁରୋଧ କରିଥିବା ଶୁଣାଯାଉଛି। ତାଲିବାନ୍‌ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ନାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବାକୁ ବାରଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଉଥିବା ବେଳେ ତାଲିବାନ୍ ଏଭଳି ବିବୃତି ଦେଇଛି।

Image Courtesy of India Today

ତାଲିବାନ୍‌ ନେତା ଜବିହୁଲ୍ଲା ମୁଜାହିଦ୍‌ଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଖପାତ୍ର ସୁହେଲ୍‌ ଶାହୀନ୍ ଟୁଇଟ୍‌ କରିଛନ୍ତି, ନିୟମିତ ଭାବେ ଚାକିରି କ୍ଷେତ୍ରକୁ ଫେରିଯିବା ଲାଗି ଉଭୟ ପ୍ରଦେଶ ଏବଂ ରାଜଧାନୀ ଅଧୀନ ‘ଜନସ୍ବାସ୍ଥ୍ୟ ମନ୍ତ୍ରାଳୟ’ର ସମସ୍ତ ମହିଳା କର୍ମଚାରୀମାନଙ୍କୁ ସୂଚାଇ ଦିଆଯାଉଛି। ସେମାନଙ୍କ କର୍ମକ୍ଷେତ୍ର ପ୍ରତ୍ୟାବର୍ତ୍ତନ ଘଟଣାରେ ‘ଇସ୍‌ଲାମିକ୍‌ ଏମିରେଟ୍‌’ର କୌଣସି ସମସ୍ୟା ନାହିଁ।

Image Courtesy of CGTN

କିନ୍ତୁ, ପୂର୍ବରୁ ତାଲିବାନ୍‌ କହିଥିଲା କି, ଉଗ୍ରବାଦୀ ଦଳ ନାରୀମାନଙ୍କ ମର୍ଯ୍ୟାଦା ଦେବା ପାଇଁ ତାଲିମ ପାଇ ନ ଥିବାରୁ ସେମାନେ ଘରେ ରୁହନ୍ତୁ। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ କ୍ଷେତ୍ରରେ ବା ପ୍ରତିଷ୍ଠାନରେ କାର୍ଯ୍ୟରତା) ନାରୀମାନେ ଘରେ ରୁହନ୍ତୁ।

ସେ ମଧ୍ୟ ଗତ ମଙ୍ଗଳବାର ଦିନ କାବୁଲ୍‌ରେ ସାମ୍ବାଦିକମାନଙ୍କୁ କହିଥିଲେ, ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର