କାବୁଲ: ଗତବର୍ଷ ସବୁଠୁ ଚର୍ଚ୍ଚିତ ଘଟଣା ଥିଲା ଆଫଗାନିସ୍ତାନକୁ ତାଲିବାନର କବଜା। ଏବେ କ୍ଷମତାକୁ ଆସିବାର ଅନେକ ମାସ ବିତିଥିବା ବେଳେ ଏବେ ବି ତାଲିବାନ ମହିଳାଙ୍କୁ ସମାନ ଅଧିକାର ଦେଇନଥିବା ଜଣାପଡ଼ିଛି। ପୂର୍ବରୁ ପରିବାରରେ ଥିବା ପୁରୁଷଙ୍କ ସହ ବାହାରକୁ ଯିବାକୁ ମହିଳାଙ୍କୁ କୁହାଯାଇଥିବା ବେଳେ ଏବେ ତାଲିବାନ ଏକ ଅଜବ ନିୟମ ଲାଗୁ କରିଛି। ମହିଳା ପୁରୁଷ ସମ୍ପର୍କୀୟଙ୍କ ବିନା ବିମାନରେ ଚଳାଚଳ କରିପାରିବେ ନାହିଁ ବୋଲି କହିଛି ତାଲିବାନ।
ଆଫଗାନିସ୍ତାନ ଏୟାରଲାଇନ୍ସର ଅଧିକାରୀମାନେ ଏଏଫପି ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ତାଲିବାନ ସମସ୍ତ ବିମାନ କମ୍ପାନିକୁ ନିର୍ଦ୍ଦେଶ ଦେଇଛି ଯେ, ପୁରୁଷ ସମ୍ପର୍କୀୟଙ୍କ ବିନା ମହିଳାମାନେ ବିମାନରେ ଚଳାଚଳ କରିପାରିବେ ନାହିଁ। ଏନେଇ ବିମାନ କମ୍ପାନିକୁ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ମହିଳାମାନଙ୍କୁ କେବଳ ପୁରୁଷ ସମ୍ପର୍କୀୟଙ୍କ ସହ ବିମାନରେ ଯିବାକୁ ଅନୁମତି ଦିଆଯିବ। ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକକୁ କଡାକଡି କରାଯାଇଛି।
ndtvଗତ ବୁଧବାର ଦିନ ପ୍ରଥମ ଥର ପାଇଁ ଏକ ବାଳିକା ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ କିଛି ଘଣ୍ଟା ପରେ ଏହାକୁ ବନ୍ଦ କରିଦିଆଗଲା। ଆଫଗାନିସ୍ତାନର ଆରିନା ଆଫଗାନିସ୍ତାନ ବିମାନ ଏବଂ କାମ ଏୟାରର ଦୁଇଜଣ ଅଧିକାରୀ କହିଛନ୍ତି ଯେ ଏକାକୀ ଯାତ୍ରା କରୁଥିବା ମହିଳାଙ୍କୁ ବିମାନରେ ପ୍ରବେଶ ନକରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି। ତେବେ ଏହା ପ୍ରଥମ ନୁହେଁ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ମହିଳାଙ୍କ ସ୍ୱାଧୀନତା ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସ-205.jpg)