କାବୁଲ: ଆଫଗାନିସ୍ତାନେର ପୁଣି ତାଲିବାନ ବର୍ବରତା ସୀମା ଟପିଛି। ନାଙ୍ଗରହର ପ୍ରଦେଶରେ ଏକ ବିବାହ ଉତ୍ସବରେ ଗୀତ ବନ୍ଦ କରିବାପାଇଁ ତାଲିବାନ ଆତଙ୍କବାଦୀମାନେ ୧୩ ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ତାଲିବାନର କେତେକ କଟକଣାକୁ ଖାତିର ନକରି ଲୋକେ ଏକ ବିବାହ ଉତ୍ସବରେ ସମବେତ ହୋଇଥିବା ଏବଂ ପାରମ୍ପରିକ ସଙ୍ଗୀତ ଗାନ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ କହିଛନ୍ତି। ଏହି ଗଣହତ୍ୟା ପାଇଁ ସେ ତାଲିବାନ ସହ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି। ଅମରୁଲ୍ଲା କହିଛନ୍ତି, ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଧ୍ବଂସ କରିଦେବାପାଇଁ ତାଲିମ ଦେଇଛି। ତେବେ ଖାଲି ନିନ୍ଦା କରିଦେଲେ ହେବନାହିଁ। ବିଦ୍ରୋହ କରିବା ଏକ ଜାତୀୟ ଆବଶ୍ୟକତା। ନିନ୍ଦା ଯଥେଷ୍ଟ ନୁହେଁ। ନିନ୍ଦା ଦ୍ବାରା ଆମେ ସ୍ବର ଉତ୍ତୋଳନ କରିପାରିବାନି ବୋଲି ସଲେହ କହିଛନ୍ତି। ତାଲିବାନର ଏହି ବର୍ବରତା ବିରୋଧରେ ବିଶ୍ବ ସମୁଦାୟ ମଧ୍ୟ ସ୍ବର ଉଠାଇବା ଜରୁରୀ ବୋଲି ସଲେହ କହିବା ସହ ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛନ୍ତି।
ତାଲିବାନ ବର୍ବରତା ବଢ଼ୁଛି, ଗୀତ ବନ୍ଦ ନକରିବାରୁ ୧୩ ଜଣଙ୍କୁ ହତ୍ୟା
/sambad/media/post_attachments/wp-content/uploads/2021/10/taliban-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)