କାନ୍ଦାହାର ଓ ହୈରାତ୍ ପରେ ଏବେ ଲସ୍କର ଗାହକୁ ଦଖଲ କଲା ତାଲିବାନ

ନୂଆଦିଲ୍ଲୀ: କିଛି ସମୟ ତଳେ ଖବର ମିଳିଥିଲା ଯେ, ଆଫଗାନିସ୍ତାନର ଦୁଇଟି ବଡ଼ ସହର କାନ୍ଦାହାର ଓ ହୈରାତକୁ ନିଜ ଦଖଲକୁ ନେଇଛି ତାଲିବାନ। ଏବେ କାନ୍ଦାହାର ଓ ହୈରାତ୍ ‌ ପରେ ଆଫଗାନିସ୍ତାନର ଲସ୍କର ଗାହ ସହରକୁ ତାଲିବାନ ଅକ୍ତିଆର କରିନେଇଥିବା ଜଣାପଡ଼ିଛି। ଆମେରିକା ନିଜ ସୈନ୍ୟ ଫେରାଇନେବା ପରେ ଏବେ ତାଲିବାନମାନେ ଦ୍ରୁତ ବେଗରେ ଆଫଗାନିସ୍ତାନର ସହର ନିଜ ଦଖଲକୁ ନେଉଥିବା ଦେଖାଯାଇଛି।

ତାଲିବାନ ପକ୍ଷରୁ କୁହାଯାଇଛି ଯେ, ସେମାନେ ହୈରାତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଦଖଲକୁ ନେଇଛନ୍ତି ଏବଂ ବିମାନବନ୍ଦରର ସମସ୍ତ କର୍ମଚାରୀ ଆତ୍ମସମର୍ପଣ କରିଛନ୍ତି। ତାଲିବାନ ଏହା ପୂର୍ବରୁ କହିଥିଲା ଯେ, ସେମାନେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ଅକ୍ତିଆର କରିଛନ୍ତି। ଦେଶର ଦ୍ୱିତୀୟ ତଥା ତୃତୀୟ ବୃହତ୍ତମ ସହର କାନ୍ଦାହାର ଏବଂ ହୈରାତ୍ ତାଲିବାନ ଦଖଲକୁ ଯିବାଟା ସେମାନଙ୍କ ପାଇଁ ବହୁତ ବଡ଼ ବିଜୟ ବୋଲି ଜଣାପଡ଼ିଛି।

indiatoday.in

ଗତ ସପ୍ତାହରେ ଆଫଗାନିସ୍ତାନ ସରକାର ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଆଫଗାନିସ୍ତାନର ଅଧିକାଂଶ ଅଂଶକୁ ହରାଇ ସାରିଛନ୍ତି। ଏବେ ସରକାରଙ୍କ ପାଖରେ କେବଳ ଦେଶର ରାଜଧାନୀ ଓ କିଛି ସହର ରହିଛି, ଯାହାକୁ ତାଲିବାନ ଖୁବ କମ ସମୟରେ ନିଜ ଦଖଲକୁ ନେବ ବୋଲି ଦାବି କରିଛି ।

ସମ୍ବନ୍ଧିତ ଖବର