ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୬.୫ ମିଲିୟନ ଡଲାର ଓ ସୁନା ଇଟା, ଭିଡିଓ ଜାରି କରି ଦାବି କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନରାଜ । ପୂର୍ବ ଶାସକମାନଙ୍କୁ ହଟେଇ ଏବେ ଆଫଗାନିସ୍ତାନରେ ରାଜ କରୁଛନ୍ତି ତାଲିବାନୀ । ଏହାରି ଭିତରେ ପୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛି ତାଲିବାନ । ତାଲିବାନ ଦାବି କରିଛି ଯେ, ପଞ୍ଜଶୀର ଅଞ୍ଚଳରେ ଯୁଦ୍ଧ ଲଢୁଥିବା ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ଏବଂ ସୁନା ଇଟା ଜବତ କରାଯାଇଛି । ତାଲିବାନ ଏକ ଭିଡିଓ ଜାରି କରି ଏହି ଦାବି କରିଛି ।

Amrullah Saleh's brother executed by Taliban, says family
The Express Tribune

ଏହି ୧ ମିନିଟ୍ ୨୬ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ୮ରୁ ୧୦ ଜଣ ତାଲିବାନୀ ଦୁଇଟି ସୁଟକେସରେ କିଛି ଆମେରିକୀୟ ଡଲାର ଓ ସୁନା ଇଟାର ଯାଞ୍ଚ କରୁଛନ୍ତି । ଏହି ସମୟରେ କିଛି ଲୋକ ମୋବାଇଲରେ ଏହାର ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଟଙ୍କା କେବେ ଜବତ କରାଯାଇଛି ସେନେଇ ଭିଡିଓରେ କୌଣସି ସଫେଇ ରଖାଯାଇନାହିଁ।

ସମ୍ବନ୍ଧିତ ଖବର