ଆଫଗାନ ରାଷ୍ଟ୍ରପତି ଭବନକୁ ନିଜ ନିୟନ୍ତ୍ରଣକୁ ନେଲା ତାଲିବାନ

କାବୁଲ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ତାଲିବାନ ପକ୍ଷରୁ ରାଷ୍ଟ୍ରପତି ଭବନକୁ ନିଜ ଅଧିକାରକୁ ନିଆଯାଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି ।

ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି । ଏହା ସହିତ ସେମାନେ ଖାଲି ହୋଇଯାଇଥିବା ଥାନା ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବେ । ତେବେ ସାଧାରଣ ଲୋକେ ଆତଙ୍କିତ ନହେବାକୁ ସେ କହିଛନ୍ତି ।

ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । କିନ୍ତୁ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ ।

ସମ୍ବନ୍ଧିତ ଖବର