‘ଜୈଶ୍‌’ ମୁଖ୍ୟ ମାସୁଦ୍‌ ଆଝାର ଆଫଗାନିସ୍ତାନରେ ନାହିଁ କହି ପାକିସ୍ତାନ ଦାବିକୁ ଅସ୍ବୀକାର କଲା ତାଲିବାନ୍‌

କାବୁଲ୍‌: ‘ଜୈଶ୍‌-ଏ-ମହମ୍ମଦ୍‌’ର ମୁଖ୍ୟ ମୌଲାନା ମାସୂଦ୍‌ ଆଝାର ଆଫଗାନିସ୍ତାନ୍‌ରେ ଅଛନ୍ତି ବୋଲି ପାକିସ୍ତାନ କରୁଥିବା ଦାବିକୁ ତାଲିବାନୀ ମୁଖପାତ୍ର ଜୈବିଉଲ୍ଲା ମୁଜାହିଦ୍‌ ଅସ୍ବୀକାର କରିବା ସହ କହିଛନ୍ତି ଯେ, ବାସ୍ତବରେ ସେ ପାକିସ୍ତାନରେ ହିଁ ଅଛନ୍ତି। ଆଫଗାନିସ୍ତାନର ଆଞ୍ଚଳିକ ସମ୍ବାଦ ସଂସ୍ଥାନ ‘ଟୋଲୋ ନିଉଜ୍‌’ ଉପରୋକ୍ତ ରିପୋର୍ଟ କରିଛି।

‘ଜୈଶ୍‌-ଏ-ମହମ୍ମଦ୍‌’ର ମୁଖ୍ୟ ମୌଲାନା ମାସୂଦ୍‌ ଆଝାରଙ୍କୁ ଗିରଫ କରିବା ଲାଗି ପାକିସ୍ତାନ ଆଫଗାନିସ୍ତାନକୁ ଚିଠି ଲେଖିବା ପରେ ତାଲିବାନ୍‌ ମୁଖପାତ୍ର ଏଭଳି କହିଛନ୍ତି। ପାକିସ୍ତାନ କହୁଛି ଯେ, ବୋଧହୁଏ ମୌଲାନା ମାସୂଦ୍‌ ଆଝାର ଆଫଗାନିସ୍ତାନର ନଙ୍ଗରହର ଏବଂ ଖାନ୍‌ହର୍‌ ଅଞ୍ଚଳରରେ ରହୁଛି ବୋଲି ପାକିସ୍ତାନ କହୁଛି।

Image Courtesy of Zee News

ଉପରୋକ୍ତ ପତ୍ର ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ଇସ୍‌ଲାମିକ୍‌ ଏମିରେଟ୍‌’ର ମୁଖପାତ୍ର ଜୈବୁଲ୍ଲା ମୁଜାହିଦ୍‌ କହିଛନ୍ତି, ‘ଜୈଶ୍‌-ଏ-ମହମ୍ମଦ୍‌’ର ନେତା ଆଫଗାନିସ୍ତାନରେ ନାହାନ୍ତି। ଏହି ସଙ୍ଗଠନ ପାକିସ୍ତାନରେ ଅଛି। ଯାହାହେଉ, ସେ ଆଫଗାନିସ୍ତାନରେ ନାହାନ୍ତି କି, ଆମକୁ ଏ ବିଷୟରେ କୌଣସି କଥା ପଚାରାଯାଇନାହିଁ। ଏ କଥା ଆମେ ସମ୍ବାଦରୁ ଶୁଣିଛୁ। ଆମର ପ୍ରତିକ୍ରିୟା ହେଲା, ଏ କଥା ସତ୍ୟ ନୁହେଁ।

ସେହିପରି, ‘ତାଲିବାନ୍‌’ ନେତୃତ୍ବାଧୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଏଭଳି ଅଭିଯୋଗ କାବୁଲ୍‌ ଓ ଇସ୍‌ଲାମାବାଦ ସମ୍ପର୍କକୁ ପ୍ରଭାବିତ କରିପାରେ। ପ୍ରମାଣ ଏବଂ କାଗଜପତ୍ର ନ ଥିବା ଏଭଳି ଅଭିଯୋଗରୁ ନିବୃତ ରହିବାକୁ ଆମେ ମଧ୍ୟ ସମସ୍ତ ପାର୍ଟିଙ୍କୁ କହିଛୁ। ଏଭଳି ଗଣମାଧ୍ୟମ ଅଭିଯୋଗ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ।

ସମ୍ବନ୍ଧିତ ଖବର