ଇସଲାମାବାଦ: ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନର ସ୍ପିନ୍ ବୋଲଡାକ୍ ସହର ନିକଟରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ତାଲିବାନ ଶିକ୍ଷା ମନ୍ତ୍ରୀ ନିଦା ମହମ୍ମଦ ନଦୀମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ସୋସିଆଲ ମିଡିଆରେ ମିସାଇଲ୍ ମାଡ଼ରେ ନଷ୍ଟ ହୋଇଯାଇଥିବା ଏକ କାରର ଫଟୋ ଭାଇରାଲ ହେଉଛି। କୁହାଯାଉଛି, ସେହି କାରରେ ତାଲିବାନର ଜଣେ ମୁଖ୍ୟ କମାଣ୍ଡର ଯାତ୍ରା କରୁଥିଲେ ଏବଂ ପାକିସ୍ତାନର ମିଜାଇଲ୍ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି, ଯାହାକୁ ନେଇ ପ୍ରଥିଶୋଧ ପରାୟଣ ହୋଇଉଠିଛି ତାଲିବାନ।

Advertisment

ଆହୁରି ପଢନ୍ତୁ: Plot to kill Trump: ଟ୍ରମ୍ପଙ୍କୁ ମାରିବାକୁ ଷଡ଼ଯନ୍ତ୍ର! କୋର୍ଟରେ ହାଜର ହେଲେ ପାକିସ୍ତାନୀ ନାଗରିକ

ରିପୋର୍ଟ ଅନୁଯାୟୀ, ଆକାଶ ମାର୍ଗରୁ ପାକିସ୍ତାନର ଆକ୍ରମଣ ଫଳରେ ତାଲିବାନର ୧୩୩ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏହାବ୍ୟତିତ ଦୁଇଟି ଆଫଗାନ କୋର ମୁଖ୍ୟାଳୟ, ତିନୋଟି ବାଟାଲିୟନ ମୁଖ୍ୟାଳୟ, ଦୁଇଟି ଅସ୍ତ୍ରଶସ୍ତ୍ର ଡିପୋ, ଏକ ଲଜିଷ୍ଟିକ୍ ବେସ୍ ଓ ୮୦ରୁ ଅଧିକ ଟ୍ୟାଙ୍କ, ତୋପ ଏବଂ ସଶସ୍ତ୍ର ଯାନ ନଷ୍ଟ ହୋଇଯାଇଛି।