ହୈରାତ ଓ କାନ୍ଦାହାରରେ ଥିବା ଭାରତୀୟ ଦୂତାବାସରେ ପଶି ଜରୁରୀ କାଗଜପତ୍ର ନେଇଗଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ତାଲିବାନ ତା’ର ଅସଲ ରୂପ ଦେଖାଇବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତାଲିବାନ ଯୋଦ୍ଧାମାନେ କାନ୍ଦାହାର ଓ ‌ହୈରାତରେ ବନ୍ଦ ଥିବା ଭାରତୀୟ ଦୂତାବାସର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ସେଠାରେ ସେମାନେ ଅଫିସରେ ଥିବା ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିବା ସହ କିଛି କାଗଜପତ୍ର ଧରି ବାହାରକୁ ଆସିଥିଲେ । ଅଫିସ ଆଗରେ ଥିବା କିଛି କାରକୁ ବି ସେମାନେ ନେଇଯାଇଥିବା ଜଣାପଡ଼ିଛି ।

ଏହାକୁ ନେଇ ଭାରତୀୟ ଅଧିକାରୀ କହିଛନ୍ତି କି, ତାଲିବାନ ଯେଉଁ ପ୍ରତିଜ୍ଞା କରିଥିଲା ଏବେ ତାହାର ବିପରୀତ ଦିଗରେ କାମ କରୁଛି । ସେ ଭାରତୀୟ ଓ ଅନ୍ୟ ଦେଶର ନାଗରିକଙ୍କର କୌଣସି କ୍ଷତି କରିବ ନାହିଁ ବୋଲି ଆଶ୍ୱସନା ଦେଇ ଏବେ ଭାରତୀୟ ଦୂତାବାସରେ ପଶି କାଗଜପତ୍ର ଓ ଗାଡ଼ି ନେଇଯିବା ଘଟଣା ଭାରତକୁ ବ୍ୟଥିତ କରିଛି ।

Who are the Taliban and what's happening in Afghanistan? Explained | World News – India TV
IndiaTV News

ସେପଟେ ତାଲିବାନର ବରିଷ୍ଠ ନେତା ମହମ୍ମଦ ଆବାସ ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ଅଧିକାରୀଙ୍କ  ନିକଟରେ ପହଞ୍ଚି ଦୂତାବାସ ବନ୍ଦ ନକରିବାକୁ ଅନୁରୋଧ କରିଥିଲା । ତାଲିବାନୀମାନଙ୍କ ପକ୍ଷରୁ ଭାରତୀୟଙ୍କ ଉପରେ କୌଣସି ବିପଦ ନଥିବା କଥା ସେ କହିଥିଲେ । ହେଲେ ଗୁରୁବାର ଦିନ ତାଲିବାନୀମାନେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସଂପର୍କ ଛିନ୍ନ ହେବା ପରେ ଏପରି କାଣ୍ଡ କରିଛନ୍ତି ।

ସମ୍ବନ୍ଧିତ ଖବର