ତାଲିବାନୀ କ୍ରୁରତାର ଲୋମହର୍ଷଣକାରୀ କାହାଣୀ କହିଲେ ଆଫଗାନ ମହିଳା : ମୃତ ଶରୀରକୁ ଦୁଷ୍କର୍ମ କରୁଛନ୍ତି

ନୂଆଦିଲ୍ଲୀ : ଉଦାରତା ସମ୍ପର୍କରେ ତାଲିବାନ ପକ୍ଷରୁ ଯେତେ ବି ଭାଷଣ ଦିଆଗଲେ ବି ଆଫଗାନିସ୍ତାନ ଲୋକମାନେ ତାହାକୁ ବିଶ୍ବାସ କରିପାରୁନାହିନ୍ତି । କାରଣ ତାଲିବାନ ଲୋକମାନଙ୍କ ଆସୁରୀକ ପ୍ରକୃତିକୁ ସାଧାରଣ ଲୋକେ ଭୁଲିପାରୁନାହାନ୍ତି ।

ଭାରତ ପଳାଇଆସିଥିବା ଜଣେ ଆଫଗାନ ମହିଳା ଗଣମାଧ୍ୟମ ଆଗରେ ତାଲିବାନ ମୁଜାହିଦମାନଙ୍କ କ୍ରୁର ଅତ୍ୟାଚାର ସମ୍ପର୍କରେ କେତେକ ଲୋମହର୍ଷକ କଥା କହିଛନ୍ତି । ସେ କହିଛନ୍ତି ଯେ ତାଲିବାନ ଲୋକମାନେ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳ ଅଧିକାର କରିବାରେ ଅତ୍ୟନ୍ତ କ୍ରୁର ପାଲଟିଯାଇଛନ୍ତି । ବିଶେଷ କରି ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିଯାଇଛି । ବିଭିନ୍ନ ଘରୁ ମହିଳାମାନଙ୍କୁ ଜୋର ଜବରଦସ୍ତି ଅପହରଣ କରି ବଳାତ୍କାର କରାଯାଉଛି । ଏପରିକି ସେମାନେ ମୃତମହିଳାମାନଙ୍କ ସହ ସମ୍ଭୋଗ କରିବାକୁ ପଛଉ ନାହାନ୍ତି ।

ମୁସ୍କାନ ନାମକ ଏହି ମହିଳା ଆଫଗାନ ପୁଲିସ ବିଭାଗରେ କାମ କରୁଥିଲେ । ସେ କହିଛନ୍ତି, ତାଲିବାନର ଅତ୍ୟାଚାର ଭୟରେ ସେ ପଳାଇଆସିଛନ୍ତି । ତାଲିବାନର ଲୋକମାନେ ଘରକୁ ଘର ବୁଲି ଯୁବତୀମାନଙ୍କୁ ଉଠାଇ ନେଉଛନ୍ତି ଓ ଦୁଷ୍କର୍ମ କରିବା ପରେ ହତ୍ୟା କରିବାକୁ ପଛଉ ନାହାନ୍ତି । ଏପରିକି ସେମାନେ ଦୁଷ୍କର୍ମ କରିବାବେଳେ ମୃତ ଦେହକୁ ମଧ୍ୟ ଛାଡୁନାହାନ୍ତି ।

ସମ୍ବନ୍ଧିତ ଖବର