ପ୍ରଦେଶ ଦଖଲ ସହ ସେହି ଅଞ୍ଚଳର ମହିଳାଙ୍କ ମାନବିକ ଅଧିକାର ଉପରେ ପ୍ରତିବନ୍ଧକ ଲଗାଉଛି ତାଲିବାନ: ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନର ପ୍ରଦେଶକୁ ଦଖଲ କରିବା ସହ ସେହି ପ୍ରଦେଶରେ ରହୁଥିବା ମହିଳା ଏବଂ ବାଳିକାଙ୍କ ଅଧିକାରକୁ କବଜା କରି ରଖିଛି। ଏବେ ଏହି ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଅତି ଭୟଙ୍କର ବୋଲି କହିଛନ୍ତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍।

ଗୁଟେରେସ୍ ଗଣମାଧ୍ୟମକୁ କହିଛନ୍ତି ଯେ, ” ତାଲିବାନ ସେମାନଙ୍କ ଅଧୀନରେ ଥିବା ପ୍ରଦେଶର ମହିଳାମାନଙ୍କ ମାନବିକ ଅଧିକାର ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଏଭଳି ପ୍ରାରମ୍ଭିକ ସୂଚନାରୁ ମୁଁ ଗଭୀର ଭାବରେ ବିବ୍ରତ ହୋଇଛି। ଆଫଗାନିସ୍ତାନର ବାଳିକା ଏବଂ ମହିଳାମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେବାର ଖବର ଦେଖିବା ଅତ୍ୟନ୍ତ ଭୟଙ୍କର ଏବଂ ହୃଦୟ ବିଦାରକ।

Afghanistan
indiatoday.in

ଏହା ସହ ଜାତିସଂଘ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ, ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବା ଅନ୍ତର୍ଜାତୀୟ ମାନବିକ ନିୟମର ଗୁରୁତର ଉଲ୍ଲଂଘନ। ଏହା ସହ ସେ, ତାଲିବାନକୁ ଆକ୍ରମଣାତ୍ମକ ନହୋଇ ଆଫଗାନିସ୍ତାନ ଏବଂ ଏହାର ଲୋକଙ୍କ ସ୍ୱାର୍ଥ ପାଇଁ ବୁଝାମଣା କରିବାକୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର