ତାଲିବାନ ଆକ୍ରମଣରେ ୧୧ ପୁଲିସ ସମେତ ୨୧ ମୃତ

କାବୁଲ: ଆଫଗାନିସ୍ତାନର ଜଣେ ଅଧିକାରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ତାଲିବାନ ଆକ୍ରମଣରେ ୧୧ ଜଣ ପୁଲିସ କର୍ମଚାରୀଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପୁଲିସ କର୍ମଚାରୀମାନେ ଆକ୍ରମଣରେ ଉତ୍ତର ବଗଲାନ ରାଜ୍ୟରେ ମୃତ୍ୟୁର ଶିକାର ହୋଇଛନ୍ତି।

ତାଲିବାନର ପ୍ରତିନିଧି ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ, ବିରୋଧୀ ନେତା ଏବଂ କବିଲେର ପ୍ରମୁଖ ନେତା ଏବଂ ଅନ୍ୟ ବରିଷ୍ଠ ନେତା ମସ୍କୋ ଠାରେ ବୈଠକରେ ଅଂଶଗ୍ରହଣ କରିବାର ଥିଲା। ମାତ୍ର କାବୁଲ ସରକାରଙ୍କ ଅଧିକାରୀଙ୍କୁ ଏହି ବୈଠକ ପାଇଁ ସାମିଲ କରାଯାଇ ନଥିଲା।

ରାଜ୍ୟ ପରିଷଦର ପ୍ରମୁଖ ସଫଦର ମୋହସିନୀ କହିଛନ୍ତି, ସୋମବାର ରାତି ଆକ୍ରମଣରେ ବଗଲାନୀ ମରକାଜୀ ବଗଲାନ ଜିଲ୍ଲାରେ ସ୍ଥାନୀୟ ପୁଲିସ ବଳକୁ ଟାର୍ଗେଟ କରାଯାଇଥିଲା। ଏହା ପରେ ଆତଙ୍କବାଦୀମାନେ ଆତ୍ମଘାତୀ ଗୁଳି ଚଳାଇଥିଲେ। ମୋହସିନୀ କହିଛନ୍ତି, ସେ ସେଠାରେ ବିଳମ୍ବରେ ପହଂଚିଥିଲେ, ପୁଣି ଲଢ଼େଇ କରିଥିଲେ। ରାଜ୍ୟପାଳଙ୍କ ମୁଖପାତ୍ର ସେଦିକ ଅଜିଜି କହିଛନ୍ତି, ଏହା ପୂର୍ବରୁ ସୋମବାର ସକାଳୁ ତାଲିବାନ ଉତ୍ତର ସମାଙ୍ଗନ ରାଜ୍ୟରେ ସରକାର ସମର୍ଥିତ ସ୍ଥାନୀୟ ମିଲିସିଆଙ୍କୁ ଟାର୍ଗେଟ କରିଥିଲା, ଏଥିରେ ଜଣେ ମହିଳା ସମେତ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର