କାବୁଲ : ପଂଜଶୀର ପ୍ରଦେଶରେ ତାଲିବାନ ଗଣହତ୍ୟା କରୁଛି। ତାଲିବାନ ଏଠାକାର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ମାରିଦେଉଛି। ବିଦ୍ରୋହୀ ବାହିନୀ ଏନ୍ଆରଏଫ୍ (ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ୍) ସହ ସଂଘର୍ଷ ସମୟରେ ତାଲିବାନ ଏହାର ଏକାଧିକ ସଦସ୍ୟଙ୍କୁ ହରାଇଥିବାରୁ ପ୍ରତିଶୋଧପରାୟଣ ହୋଇଯାଇଛି। ଉକ୍ତ ଘଟଣାକୁ ଏନ୍ଆରଏଫ୍ କଡ଼ା ନିନ୍ଦା କରିଛି ଏବଂ ଏହି ମାମଲାରେ ଜାତିସଂଘର ସହଯୋଗ ଲୋଡ଼ିଛି। ଏନ୍ଆରଏଫ୍ ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ଏବଂ ଅନ୍ତର୍ଜାତୀୟ ସଂଗଠନଙ୍କୁ ଏହି ମାମଲାରେ ସହଯୋଗ କରିବାପାଇଁ ଅନୁରୋଧ କରିଛି। ଗତକାଲିଠାରୁ ତାଲିବାନ ଏହି ଗଣହତ୍ୟାରେ ସମ୍ପୃକ୍ତ ରହିଛି ବୋଲି ଏନ୍ଆରଏଫ୍ କହିଛି। ପଂଜଶୀରର ବିଦ୍ରୋହୀ ନେତା ଅହମଦ ମସୋଦ କହିଛନ୍ତି, ବିଦ୍ରୋହୀ ବାହିନୀ ଏକ ସମାନ୍ତରାଳ ସରକାର ଘୋଷଣା କରିବ। ରାଜନେତାଙ୍କ ସହ ବିଚାରବିମର୍ଶ ପରେ ସମାନ୍ତରାଳ ସରକାର ଘୋଷଣା ହେବ।
ପଂଜଶୀରରେ ତାଲିବାନର ଗଣହତ୍ୟା: ଜାତିସଂଘର ସହାୟତା ଲୋଡ଼ିଲା ଏନ୍ଆରଏଫ୍
ବିଦ୍ରୋହୀ ବାହିନୀ ସମାନ୍ତରାଳ ସରକାର ଗଠନ କରିବ
/sambad/media/post_attachments/wp-content/uploads/2021/09/taliban-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)