କାବୁଲ: ଆଫଗାନିସ୍ତାନ ପୁଣି ଥରେ ବୋମା ବିସ୍ଫୋରଣରେ ଦୋହଲି ଯାଇଛି। ଏଥର ଏହି ବିସ୍ଫୋରଣ ତାଲିବାନ ସରକାରଙ୍କୁ ଟାର୍ଗେଟ ହୋଇଥିବା କୁହାଯାଇଛି । କାବୁଲରେ ହୋଇଥିବା ବିସ୍ଫୋରଣରେ ତାଲିବାନ ସରକାରରେ ଶରଣାର୍ଥୀ ବ୍ୟାପାର ଏବଂ ସ୍ଥାନାନ୍ତର ମନ୍ତ୍ରୀ ଖଲିଲ ରେହମାନ ହକ୍କାନି ନିହତ ହୋଇଛନ୍ତି। ଏହାବ୍ୟତୀତ ତାଙ୍କର ୩ ଅଙ୍ଗରକ୍ଷୀଙ୍କ ସମେତ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀ ମନ୍ତ୍ରଣାଳୟରେ ଏହି ଆକ୍ରମଣ ହୋଇଛି। ସେ ଖୋଷ୍ଟରେ ଏକ ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏଯାବତ୍ ତଦନ୍ତରେ ଯାହା ସାମ୍ନାକୁ ଆସିଛି, ତାହାକୁ ଆତ୍ମଘାତୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଆତ୍ମଘାତୀ ଆକ୍ରମଣକାରୀ କିପରି ମନ୍ତ୍ରଣାଳୟ ଭିତରେ ପହଞ୍ଚିଲେ ସେ ନେଇ କିଛି ଜଣାପଡ଼ିନାହିଁ।
୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତାକୁ ଫେରିବା ପରେ ଖଲିଲ ରେହମାନ ହକ୍କାନି ତାଲିବାନ ସରକାରରେ ଶରଣାର୍ଥୀ ଏବଂ ପ୍ରବାସୀ ମନ୍ତ୍ରୀ ଥିଲେ। ସେ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ମାମୁଁ ଥିଲେ।
୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତାକୁ ଫେରିବା ପରେ ଖଲିଲ ରେହମାନ ହକ୍କାନି ତାଲିବାନ ସରକାରରେ ଶରଣାର୍ଥୀ ଏବଂ ପ୍ରବାସୀ ମନ୍ତ୍ରୀ ଥିଲେ। ସେ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ମାମୁଁ ଥିଲେ। ଆଫଗାନିସ୍ତାନର ପକ୍ତିଆ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ହକ୍କାନି ପଶ୍ତୁନର ଜାଦ୍ରାନ ଜନଜାତିର ଥିଲେ। ଆଫଗାନିସ୍ତାନ ଯୁଦ୍ଧ ସମୟରେ ହକ୍କାନି ଅନ୍ତର୍ଜାତୀୟ ପାଣ୍ଠି ସଂଗ୍ରହ ଦାୟିତ୍ୱରେ ଥିଲେ। ସେ ହକ୍କାନି ନେଟୱାର୍କର ମୁଖ୍ୟ ନେତା ଥିଲେ ଯଦିଓ ସେ ଗତ କିଛି ବର୍ଷ ଧରି ତାଲିବାନ ସହିତ କାମ କରୁଥିଲେ ।
୨୦୧୧ ଫେବ୍ରୁଆରି ୯ତାରିଖରେ ହକ୍କାନିଙ୍କୁ ଆମେରିକା ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଥିଲା। ଏଥିସହ ତାଙ୍କ ଉପରେ ୫ ନିୟୁତ ଡଲାର ପୁରସ୍କାର ମଧ୍ୟ ରହିଛି। ଅଲକାଏଦା ସହ ତାଙ୍କର ସମ୍ପର୍କ ଏବଂ ତାଲିବାନକୁ ତାଙ୍କର ନିରନ୍ତର ସମର୍ଥନ କାରଣରୁ ତାଙ୍କୁ ନିଷିଦ୍ଧ ମଧ୍ୟ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/11/QIGLmJdU5WSHbDzzA9TB.jpeg)