୩୪ମଧ୍ୟରୁ ୧୮ଟି ପ୍ରଦେଶକୁ ଦଖଲକୁ ନେଲାଣି ତାଲିବାନ, ଗୋଟେ ଦିନ ମଧ୍ୟରେ କାବୁଲକୁ କରିପାରେ ଅକ୍ତିଆର

ନୂଆଦିଲ୍ଲୀ: ଦିନ ବଢ଼ିବା ସହ ବଢ଼ୁଛି ଆଫଗାନ ସରକାରଙ୍କ ଚିନ୍ତା। ଆମେରିକା ସୈନ୍ୟ ଫେରାଇନେବା ପରେ ଏବେ ଏକାକୀ ତାଲିବାନ ସହ ଲଢ଼ୁଛନ୍ତି ଆଫଗାନ ସେନା। ଏମଧ୍ୟରେ ତାଲିବାନମାନେ ଆଫଗାନିସ୍ତାନର ଗୋଟେ ପରେ ଗୋଟେ ପ୍ରଦେଶ ନିଜ ଦଖଲକୁ ନେବାରେ ଲାଗିଛନ୍ତି। ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶକୁ ନିଜ ଦଖଲକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲକୁ ନେବାକୁ ଆଉ ୯୦ଦିନ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ ଆଉ ମାତ୍ର ଗୋଟେ ଦିନ ମଧ୍ୟରେ ତାଲିବାନ ତାହା କରିଦେଖାଇବ ବୋଲି ‌ଜଣାପଡ଼ିଲାଣି।

Times of India

ଯେଉଁ ବେଗରେ ତାଲିବାନ ଆଫଗାନ ପ୍ରଦେଶକୁ ନିଜ ଦଖଲକୁ ନେବାରେ ଲାଗିଛି, ଆଉ ମାତ୍ର ଗୋଟେ ଦିନରେ ତାଲିବାନ କାବୁଲକୁ ଦଖଲ କରିନେବ ବୋଲି ଜଣାପଡ଼ିଛି। ତାଲିବାନ ଦଖଲକୁ ନେଇଥିବା ପ୍ରଦେଶଗୁଡ଼ିକ ହେଲା ଜାରଞ୍ଜ (ଅଗଷ୍ଟ ୬), ଶେବର୍ଗନ୍ (ଅଗଷ୍ଟ ୭), ସର-ଇ-ପୁଲ୍ (ଅଗଷ୍ଟ ୮), କୁଣ୍ଡୁଜ୍ (ଅଗଷ୍ଟ ୮), ତାଲୁକାନ୍ (ଅଗଷ୍ଟ ୮), ଆୟବାକ୍ (ଅଗଷ୍ଟ ୯), ଫରାହ (ଅଗଷ୍ଟ) ୧୦), ପୁଲ-ଇ-ଖୁମ୍ରି (ଅଗଷ୍ଟ ୧୦), ଫୈଜାବାଦ (ଅଗଷ୍ଟ ୧୧), ଗଜନୀ (ଅଗଷ୍ଟ ୧୨), ‌ହୈରାତ୍ (ଅଗଷ୍ଟ ୧୨), କାନ୍ଦାହାର (ଅଗଷ୍ଟ ୧୨), ଲସ୍କର ଗାହ (ଅଗଷ୍ଟ ୧୩), କାଲା-ଇ ନାୱ (ଅଗଷ୍ଟ ୧୩), ଫେରୁଜ୍ କୋହ (ଅଗଷ୍ଟ ୧୩), ପୁଲ-ଇ ଆଲାମ (ଅଗଷ୍ଟ ୧୩), ଟେରାକୋଟ (ଅଗଷ୍ଟ ୧୩), କାଲାଟ (ଅଗଷ୍ଟ ୧୩) |

ସମ୍ବନ୍ଧିତ ଖବର