ଆଫଗାନିସ୍ତାନର ନୂତନ ମୁଖ୍ୟ ହେବେ ମୁଲ୍ଲା ହସନ୍ ଅଖୁନ୍ଦ ! ଜାତିସଂଘର ଆତଙ୍କବାଦୀ ତାଲିକାରେ ରହିଛି ନାଁ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହାପୂର୍ବରୁ ଗତ ସପ୍ତାହରେ ସରକାର ଘୋଷଣା ନେଇ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା | ବୁଧବାର ଦିନ କିମ୍ବା ଆଗାମୀ ଦିନରେ ଏକ ନୂତନ ତାଲିବାନ ସରକାର ଗଠନ ହେବ ବୋଲି ବିଶ୍ୱାସ କରାଯାଉଛି। ତେବେ ପ୍ରଥମେ ଆଫଗାନିସ୍ତାନର ନୂତନ ମୁଖ୍ୟ ମୁଲ୍ଲା ବରାଦର ହୋଇପାରନ୍ତି ବୋଲି କୁହାଯାଉଥିବା ବେଳେ ଏବେ ମୁଲ୍ଲା ହସନ୍ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀର ଦାୟିତ୍ବ ମିଳିବ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଜାତିସଂଘର ଆତଙ୍କବାଦୀ ତାଲିକାରେ ତାଙ୍କ ରହିଛି।

‘ଦ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ, ହିବତୁଲ୍ଲା ଅଖୁନଜାଦା ନିଜେ ମୁଲ୍ଲା ହସନ୍ ଅଖୁନ୍ଦଙ୍କୁ ରଇସ-ଇ-ଜମହୋର, ରଇସ-ଉଲ-ବଜାରା କିମ୍ବା ଆଫଗାନିସ୍ତାନର ନୂତନ ମୁଖ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଲିବାନର ଜଣେ ବରିଷ୍ଠ ନେତା ‘ଦି ନ୍ୟୁଜ’କୁ କହିଛନ୍ତି ଯେ,  ମୁଲ୍ଲା ହସନ୍ ଅଖୁନ୍ଦ ସରକାରର ମୁଖ୍ୟ ଏବଂ ମଲ୍ଲିକ ଅବଦୁସ ସଲାମ ତାଙ୍କ ଉପମୁଖ୍ୟ ଭାବରେ କାର୍ଯ୍ୟ କରିବେ। ତାଲିବାନ ନେତାଙ୍କ ସହ କଥାବାର୍ତ୍ତା ବେଳେ ସମସ୍ତେ ମୁଲ୍ଲା ହସନ୍ ଅଖୁନ୍ଦଙ୍କୁ ମୁଖ୍ୟ କରିବା ନେଇ ସହମତି ହୋଇଥିବା ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର