କାବୁଲ: ଏଣିକି ଆଫଗାନିସ୍ତାନରେ ମହିଳାଙ୍କୁ ଦିଆଯିବ ନାହିଁ ଡ୍ରାଇଭିଙ୍ଗ ଲାଇସେନ୍ସ | କିଛି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ | ଆଫଗାନିସ୍ତାନର ସହର ହେରାତରେ ତାଲିବାନର ଅଧିକାରୀମାନେ ମହିଳାମାନଙ୍କୁ ଲାଇସେନ୍ସ ନ ଦେବାକୁ ଡ୍ରାଇଭିଂ ସ୍କୁଲମାନଙ୍କୁ କହିଛନ୍ତି। ଡ୍ରାଇଭିଂ ସ୍କୁଲର ମୁଖ୍ୟ ଜନ ଆଗା ଅଚକଯାଇ କହିଛନ୍ତି ଯେ ମହିଳା ଡ୍ରାଇଭରମାନଙ୍କୁ ଲାଇସେନ୍ସ ନଦେବାକୁ ଆମକୁ ମୌଖିକ ଭାବେ ନିର୍ଦ୍ଦେଶ ଦିଆଯାଇଛି। ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନର ମାଲିକ ଥିବା ୨୯ ବର୍ଷ ବୟସ୍କା ମହିଳା ଡ୍ରାଇଭିଂ ପ୍ରଶିକ୍ଷକ ଆଦିଲା ଆଡିଲ କହିଛନ୍ତି ଯେ ତାଲିବାନ ଚାହୁଁଛି ଯେ ପରବର୍ତ୍ତୀ ପିଢ଼ି ଯେଭଳି ସେମାନଙ୍କ ମା’ଙ୍କ ଭଳି ସୁଯୋଗ ପାଇବେ ନାହିଁ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, "ଆମକୁ ଡ୍ରାଇଭିଂ ଶିଖାଇବା ଏବଂ ଲାଇସେନ୍ସ ପ୍ରଦାନ ନକରିବାକୁ କୁହାଯାଇଛି। ତାଲିବାନ ଗତ ବର୍ଷ ଅଗଷ୍ଟରେ ଦେଶକୁ ନିଜ ଅଧୀନକୁ ନେଇଥିଲା ଏବଂ ତାଲିବାନମାନେ ଆଫଗାନିସ୍ତାନର ମହିଳାଙ୍କ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି '। ପ୍ରାଦେଶିକ ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ନଇମ ଅଲ-ହକକାନି କହିଛନ୍ତି ଯେ ଏନେଇ କୌଣସି ସରକାରୀ ନିର୍ଦ୍ଦେଶ ଦିଆଯାଇ ନାହିଁ।

ବରଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମୌଖିକ ଭାବେ ଆଦେଶ ଦେବା ଅନୁମତି ଦିଆଯାଇଛି । ବର୍ଷ ବର୍ଷ ଧରି ଗାଡି ଚଳାଉଥିବା ଫରିସ୍ତେ ୟାକୁବି କହିଛନ୍ତି, 'ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ଗାଡ଼ିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ ଯେ ଏହା କେବଳ ପୁରୁଷ ହିଁ ଚଳାଇପାରିବେ | ପୁରୁଷ ଡ୍ରାଇଭର ଚଳାଉଥିବା ଟ୍ୟାକ୍ସି ଅପେକ୍ଷା ମହିଳାମାନେ ନିଜେ ଚଳାଇବାକୁ ସୁରକ୍ଷିତ ମଣୁଛନ୍ତି'।