କାବୁଲ : ଆଫଗାନିସ୍ତାନରେ ଥିବା ବାଗ୍ରାମ ଏୟାର ବେସ୍ ଫେରାଇବା ପାଇଁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ତାଲିବାନ ପ୍ରତ୍ୟାଖ୍ୟାନ କରିଛି। ତାଲିବାନ ସଶସ୍ତ୍ର ବାହିନୀ ମୁଖ୍ୟ ଫସିହୁଦ୍ଦିନ ଫିତରତ କାବୁଲରେ କହିଛନ୍ତି, "ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ କୌଣସି ବିଦେଶୀ ଶକ୍ତି ଉପରେ ନିର୍ଭରଶୀଳ ନୁହେଁ। ଆମେ କୌଣସି ଗୁଣ୍ଡା କିମ୍ବା ଆକ୍ରମଣକାରୀଙ୍କୁ ଭୟ କରୁନାହୁଁ। ଆଫଗାନିସ୍ତାନ ଭୂଖଣ୍ଡର ଏକ ଇଞ୍ଚ ମଧ୍ୟ ନେଇ କୌଣସି ସାଲିସ କରାଯିବ ନାହିଁ।" ତାଲିବାନ କହିଛି ଯେ ଏହା ଅସମ୍ଭବ ଏବଂ ଯଦି ବଳପ୍ରୟୋଗ ବ୍ୟବହାର କରାଯାଏ, ତେବେ ସେମାନେ କଡ଼ା ଜବାବ ଦେବେ।

Advertisment

ଏହା ପୂର୍ବରୁ, ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଚେତାବନୀ ଦେଇଥିଲେ ଯେ ଯଦି ଆଫଗାନିସ୍ତାନ ବାଗ୍ରାମ ଏୟାର ବେସ୍ ଫେରାଇ ନଦିଏ, ତେବେ ଭଲ ହେବନି। ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ବାଗ୍ରାମ ଏୟାର ବେସ୍ ପରିତ୍ୟାଗ କରିବା ଏକ ବଡ଼ ଭୁଲ ଥିଲା ।  ଆମେରିକୀୟ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସମ୍ବଳ ତାଲିବାନ ହାତରେ ଛାଡ଼ିଦେବା ଭୁଲ ଥିଲା ।

ବାଗ୍ରାମ ବାୟୁସେନା ଘାଟିର ରଣନୈତିକ ଗୁରୁତ୍ବ 

ବାଗ୍ରାମ ବାୟୁସେନା ଘାଟିର ଭୌଗୋଳିକ ସ୍ଥିତି ଏହାକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ କରିଥାଏ। ଏହା ଇରାନ, ପାକିସ୍ତାନ, ଚୀନ୍ ଏବଂ ମଧ୍ୟ ଏସିଆର ନିକଟତର। ଏହା ଆମେରିକା ପାଇଁ ସମଗ୍ର ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ତଦାରଖ କରିବା ସହଜ କରିଥାଏ।