କାବୁଲ: ବିଗତ ୧୭ ବର୍ଷ ଧରି ଆଫଗାନିସ୍ତାନରେ ଶାନ୍ତି ରକ୍ଷା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆମେରିକା ଏବେ ସେନା ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିବା ପରେ ତାଲିବାନ୍ ପୁଣିଥରେ ସକ୍ରିୟ ହୋଇଉଠିଛି। ଯେଉଁ ଅଞ୍ଚଳରେ ଏବେ ତାଲିବାନ୍ର ନିୟନ୍ତ୍ରଣ ରହିଛି, ସେଠାରେ ତାଲିବାନ୍ କମାଣ୍ଡରମାନେ ନୂଆ ଅଞ୍ଚଳ ଦଖଲ ପାଇଁ ତୁହାକୁତୁହା ବୈଠକ କରୁଛନ୍ତି। ଦୁଇମାସ ଭିତରେ ଆମେରିକା ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବ ବୋଲି ଘୋଷଣା କରିବା ପରେ ଆଫଗାନିସ୍ତାନର ୭୦ ପ୍ରତିଶତ ଅଞ୍ଚଳ ନିଜ ଦଖଲକୁ ନେବା ପାଇଁ ତାଲିବାନ୍ ଆତଙ୍କବାଦୀମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆମେରିକାରେ ୧୧ ସେପ୍ଟେମ୍ବର ୨୦୦୧ରେ ନ୍ୟୁୟର୍କ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ତାଲିବାନ୍ ଶାସନର ଅନ୍ତ ଘଟାଇବା ପାଇଁ ଆମେରିକା ନିଷ୍ପତ୍ତି ନେଇଥିଲା ଏବଂ ଏକ ନିର୍ଣ୍ଣାୟକ ଲଢ଼େଇରେ ବିଜୟ ପ୍ରାପ୍ତ କରିଥିଲା। ଆଫଗାନିସ୍ତାନରୁ ଖସି ପଳାଇଥିବା ଅଲ୍କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଦେନ୍କୁ ପାକିସ୍ତାନର ଆବଟାବାଦରେ ୨ ମେ ୨୦୧୧ରେ ଆମେରିକା ନିପାତ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଚାନକ ସେନା ପ୍ରତ୍ୟାହାର ପାଇଁ ଘୋଷଣା କରିବା ପରେ ସୁରକ୍ଷା ସ୍ଥିତି ନେଇ ଆଫଗାନ୍ ସରକାର ଦମ୍ଭୋକ୍ତି ପ୍ରକାଶ କରିଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ଏବଂ ଭାରତ ପ୍ରତି ମଧ୍ୟ ବିପଦ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଆଫଗାନ୍ରେ ଆତଙ୍କ, ଫେରିବ ତାଲିବାନ୍
/sambad/media/post_attachments/wp-content/uploads/2018/12/Untitled-16-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)