ନୂଆଦିଲ୍ଲୀ: ପୁରୁଷଙ୍କ ବିନା ମହିଳା ୭୨କିଲୋମିଟରରୁ ଅଧିକ ଦୂର ଯାତ୍ରା କରିପାରିବେ ନାହିଁ। ମହିଳାଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେବା ପରେ ଏବେ ଏଭଳି ନିୟମ ଲାଗୁ କରିଛି ତାଲିବାନ। ୭୨କିଲୋମିଟରରୁ ଅଧିକ ଦୂର ଯିବାରେ ଥିଲେ ସାଥିରେ ଜଣେ ପୁରୁଷ ରହିବା ଜରୁରୀ। ଯଦି ୭୨କିଲୋମିଟରରୁ ଅଧିକ ଦୂର ଯିବାକୁ ଚାହୁଁଥିବା ମହିଳାଙ୍କ ସହ କେହି ପୁରୁଷ ନାହାନ୍ତି, ତେବେ ସେମାନଙ୍କ ଯିବାକୁ ଦିଆଯିବ ନାହିଁ। ଏହା ସହ ଯଦି କୌଣସି ମହିଳା ମୁଣ୍ଡରେ ସ୍କ୍ରାଫ ଲଗାଇନାହାନ୍ତି, ତେବେ ସେମାନଙ୍କୁ ଗାଡ଼ିରେ ନବସାଇବାକୁ ଗାଡ଼ି ଚାଳକଙ୍କୁ କହିଛି ତାଲିବାନ।
indiatodayମୁଖପାତ୍ର ସାଦେକ୍ ଅକିଫ୍ ମୁହାଜିର କହିଛନ୍ତି ଯେ, ୪୫ମାଇଲ (୭୨କିଲୋମିଟର) ରୁ ଅଧିକ ଦୂର ଯାତ୍ରା କରୁଥିବା ମହିଳାଙ୍କୁ ଏକା ଯାତ୍ରା କରିବାକୁ ଦିଆଯିବ ନାହିଁ। ତାଙ୍କର ସହ କେହି ପୁରୁଷ ବିଶେଷ କରି ସଂପର୍କୀୟ ରହିବା ଜରୁରୀ। ତେବେ ଏହି ନିୟମ ସହ ଲୋକଙ୍କୁ ଗାଡ଼ିରେ ଗୀତ ବଜାଇବାକୁ ମଧ୍ୟ ମନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/t-195.jpg)