ମହିଳାମାନଙ୍କ ପାଇଁ ନର୍କ ହୋଇଯାଇଛି ଆଫଗାନିସ୍ତାନ : ଘରକୁ ଘର ବୁଲି ଝିଅ ଖୋଜୁଛନ୍ତି ତାଲିବାନୀ

କାବୁଲ : ଆଫଗାନିସ୍ତାନ ତାଲିବାନ ଅଧିନକୁ ଆସିବା ପରେ ସେଠାରେ ଥିବା ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ତାଲିବାନ ଅତ୍ୟାଚାର ଭୟରେ ଆଫଗାନିସ୍ତାନ ଛାଡ଼ିଥିବା ହୋଲି ମାକେ ନାମକ ସାମ୍ବାଦିକା ଆମେରିକୀୟ ସମ୍ବାଦପତ୍ର ଡଲାସ ମର୍ଣ୍ଣିଂ ନ୍ୟୁଜରେ ଲେଖିଛନ୍ତି, ଗତ ସପ୍ତାହରେ କାବୁଲ ଅଧିକାର ପରେ ତାଲିବାନର ଲୋକମାନେ ଘରକୁ ଘର ବୁଲି ଯୁବତୀମାନଙ୍କୁ ଖୋଜୁଛନ୍ତି ।

ମାକେ ଲେଖିଛନ୍ତି ଯେ, ବିବାହ ପାଇଁ ତାଲିବାନ ପକ୍ଷରୁ ଘରକୁ ଘର ବୁଲି ୧୫ ବର୍ଷରୁ ଅଧିକ ବୟସର କିଶୋରୀ ଓ ଯୁବତୀମାନଙ୍କୁ ଖୋଜୁଛନ୍ତି ଓ ଉଠାଇ ନେଉଛନ୍ତି । ହୋଲି ମାକେ ଆଫଗାନିସ୍ତାନ ଛାଡିବାରେ ସଫଳ ହୋଇଥିବା ବେଳେ ତାଙ୍କ ପଛରେ ରହିଯାଇଥିବା ତାଙ୍କ ବନ୍ଧୁମାନେ ଆତଙ୍କ ଭିତରେ ଦିନ କାଟୁଛନ୍ତି ।

ଆଫଗାନିସ୍ତାନରେ ରହିଯାଇଥିବା ନିଜର ଜଣେ ବନ୍ଧୁ ଫରିହା ଇଜରଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ମାକେ ଲେଖିଛନ୍ତି ଯେ, ବଦକସାନ ରାଜ୍ୟ ଅଧିକାର କରିବା ପରେ ତାଲିବାନର ଲୋକମାନେ ଘରକୁ ଘର ବୁଲି ଯୁବତୀମାନଙ୍କୁ ଖୋଜିବା ଆରମ୍ଭ କରିଦେଲେ । ଦିନେ ରାତିରେ, ତାଲିବାନ ଲୋକମାନେ ଗୋଟିଏ ଘରୁ ଜଣେ ୨୧ ବର୍ଷୀୟା ଯୁବତୀକୁ ଉଠାଇ ନେଲେ । ବିବାହ କରିବାକୁ ତାକୁ ନିଆଯାଉଛି ବୋଲି ଯୁବତୀଙ୍କ ପିତାଙ୍କୁ କୁହାଗଲା । କିନ୍ତୁ ପରେ ଜଣାପଡ଼ିଲା ଯେ ପ୍ରତିଦିନ ରାତିରେ ଅତି କମରେ ୪ ଜଣ ତାଲିବାନ ଆତଙ୍କବାଦୀ ତାକୁ ଦୁଷ୍କର୍ମ କରୁଛନ୍ତି । ଏହି ଘଟଣାରେ ପରେ ଯୁବତୀଙ୍କ ପିତା ନିଜର ଅନ୍ୟ ଝିଅମାନଙ୍କୁ ନେଇ ଘରଛାଡ଼ି ଏକ ଗୋପନ ସ୍ଥାନକୁ ପଳାଇଗଲେ ।

 

ସମ୍ବନ୍ଧିତ ଖବର