୨୦ବର୍ଷ ପରେ ପୁଣି ତାଲିବାନ ଶାସନ: ଖୁବଶୀଘ୍ର ‘ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନ’ ଘୋଷଣା କରିବ ତାଲିବାନ

କାବୁଲ : ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଛନ୍ତି। ଗନି ନିଜ ପଦରରୁ ହଟିବା ପରେ ଏବେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ତାଲିବାନ ଖୁବ ଶୀଘ୍ର ଦେଶକୁ ‘ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନ’ ନାମରେ ନାମିତ କରିବ ବୋଲି ଜଣାପଡ଼ିଛି। ଏହା ସହ ୨୦ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି ତାଲିବାନ। ୧୯୯୬-୨୦୦୧ ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ତାନରେ କ୍ଷମତାରେ ଥିଲା।

କାବୁଲରେ ଥିବା ଆମେରିକାର ବରିଷ୍ଠ ସେନାଧିକାରୀ କହିଛନ୍ତି ଯେ, ସହରରେ ସାମରିକ ସ୍ଥାନାନ୍ତର ଜାରି ରହିଥିବାରୁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଏବେ ତାଲିବାନ ହାତରେ ଥିବା ବେଳେ ଆମେରିକା ଆଫଗାନିସ୍ତାନରେ ଫସି ରହିଥିବା ନିଜ ନାଗରିକ ତଥା  ବନ୍ଧୁ ଓ ସହଯୋଗୀ ରାଷ୍ଟ୍ରର ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କାବୁଲ ବିମାନବନ୍ଦରରେ ପ୍ରାୟ ୬,୦୦୦ ସୈନ୍ୟ ନିୟୋଜିତ କରିଛି।

US To Expand Its Security Presence At Kabul Airport To 6,000 Troops
Republic World

ଉଲ୍ଲେଖଯୋଗ୍ୟ, ଗତକାଲି ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଭବନକୁ ନିଜ ଅଧିନକୁ ନେଇଛି ତାଲିବାନ। ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ, କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି । ଏହା ସହିତ ସେମାନେ ଖାଲି ହୋଇଯାଇଥିବା ଥାନା ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବେ । ତେବେ ସାଧାରଣ ଲୋକେ ଆତଙ୍କିତ ନହେବାକୁ ସେ କହିଛନ୍ତି ।

ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । କିନ୍ତୁ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ ।

ସମ୍ବନ୍ଧିତ ଖବର