ବାପା ପଞ୍ଜଶୀର ସେନାରେ ଥିବାରୁ ପୁଅକୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏମାନଙ୍କ ବର୍ବରତା କାହାରିକୁ ଅଛପା ନାହିଁ । ତେବେ ପୂର୍ବରୁ ପୁରୁଷ ଓ ମହିଳା ତାଲିବାନ ଆକ୍ରୋଶର ଶିକାର ହେଉଥିବାବେଳେ ଏବେ ଏଥିରୁ କୋମଳ ଶିଶୁ ବି ବାଦ ପଡୁନାହାଁନ୍ତି । ମଙ୍ଗଳବାର ଏକ ନୀରିହ ଶିଶୁକୁ ଗୁଳି କରି ହତ୍ୟା କରିଛି ତାଲିବାନ । ଏବେ ଶିଶୁଟିର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଶିଶୁଟିର ବାପା ପଞ୍ଜଶୀର ସେନାରେ ରହି ତାଲିବାନ ବିରୋଧରେ ସଂଘର୍ଷ କରିଆସୁଛନ୍ତି । ଏହା ଜାଣିବା ପରେ ଏହି ନାବାଳକକୁ ଘରୁ ଆଣି ଗୁଳି କରି ନିର୍ମମ ହତ୍ୟା କରିଛି ତାଲିବାନ । ନିକଟରେ ଅପହରଣ ଅଭିଯୋଗକରେ ୪ଜଣଙ୍କୁ ଗୁଳିମାରିବା ପରେ ସର୍ବ ସମ୍ମୁଖରେ କ୍ରେନରେ ଟାଙ୍ଗି ଦେଇଥିଲେ ତାଲିବାନି । ଏହା ସାରା ବିଶ୍ୱରେ ଚହଳ ପକାଇଥିଲା । ଏବେ ଶିଶୁଙ୍କୁ ହତ୍ୟା କରିବା ଖବର ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିବାଲୋକରେ ମାନବିକାତାର ଏପରି ହତ୍ୟା ବିଷୟରେ  ସବୁ ଜାଣି ବି ତାଲିବାନ୍ ସରକାର ବିରୋଧରେ ଜାତିସଂଘ ତଥା ବିଶ୍ୱର ମହାଶକ୍ତି ଏକାଠି ହେଉନଥିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ସମ୍ବନ୍ଧିତ ଖବର