କାବୁଲ : ତାଲିବାନର ଅନ୍ତରୀଣ ସରକାରକୁ ଆମେରିକା ଗ୍ରହଣ କରିନାହିଁ। ଅନ୍ତର୍ଜାତୀୟ ସମୁଦାୟ ଏବଂ ଆମେରିକା ଯେଭଳି ତାଲିବାନ ସରକାର ଚାହିଥିଲେ ସେଭଳି ସରକାର ଗଠନ ହୋଇନାହିଁ ବୋଲି ବାଇଡେନ୍ ପ୍ରଶାସନ କହିଛନ୍ତି। କାମଚଳା ସରକାରରେ ସବୁ ବର୍ଗକୁ ସାମିଲ କରାଯାଇନାହିଁ। ଏଥିରେ ଜଣେ ହେଲେ ମହିଳା ସଦସ୍ୟ ନାହାନ୍ତି। ଅନ୍ୟପକ୍ଷେ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ଏଥିରେ ସାମିଲ କରାଯିବ ବି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଏହା କେବଳ ଏକ କାମଚଳା ସରକାର। ତେଣୁ ଆମେରିକା ତାଲିବାନର ଭବିଷ୍ୟତ ସରକାର ଉପରେ ନଜର ରଖିଛି।
ତାଲିବାନର ଅନ୍ତରୀଣ ସରକାର ଆଶାନୁରୂପ ନୁହେଁ : ଆମେରିକା
/sambad/media/post_attachments/wp-content/uploads/2021/09/joe-biden.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)