ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପାର୍ଲାମେଣ୍ଟକୁ ଏକ ସ୍ବତନ୍ତ୍ର ଜ୍ୟାକେଟ୍ ପିନ୍ଧି ଆସିଥିଲେ, ଯାହାକି ରିସାଇକଲ୍ ପ୍ଲାଷ୍ଟିକ୍ ବୋତଲରୁ ତିଆରି। ପ୍ରଧାନମନ୍ତ୍ରୀ ହାଲୁକା ନୀଳରଙ୍ଗର ବିନା ହାତବାଲା ‘ସାଦ୍ରି’ (ଜ୍ୟାକେଟ୍) ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ସୋମବାର ବେଙ୍ଗାଲୁରୁଠାରେ ଶକ୍ତି ସପ୍ତାହର ଉଦ୍ଘାଟନ ଅବସରରେ ଭାରତୀୟ ତୈଳ ନିଗମ (ଆଇଓସି) ପକ୍ଷରୁ ଏହି ଜ୍ୟାକେଟ୍ଟି ତାଙ୍କୁ ଉପହାରସ୍ବରୂପ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଦୀ କମ୍ପାନିର ସୌର ଶକ୍ତି ବ୍ୟବସ୍ଥା ଉଦ୍ଘାଟନ କରିଥିଲେ।
କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଜ୍ୟାକେଟ୍ପିନ୍ଧା ଫଟୋ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ରିସାଇକଲ (ପୁନଃଚକ୍ରିତ )ପ୍ଲାଷ୍ଟିକ୍ ବୋତଲରୁ ତିଆରି ପୋଷାକ ପିନ୍ଧିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ସେ ସମଗ୍ର ବିଶ୍ବକୁ ବାର୍ତ୍ତା ଦେଇଛନ୍ତି ଏବଂ ତାଙ୍କ ନେତୃତ୍ବ ସର୍ବଦା ଉଦାହରଣୀୟ ବୋଲି ପୁରୀ ଲେଖିଛନ୍ତି। ଜୋତା, ପୋଷାକ ଆଦି ଅନେକ ଜିନିଷ ରିସାଇକଲ ପ୍ଲାଷ୍ଟିକ୍ରୁ ତିଆରି ହୋଇପାରିବ ଏବଂ ଏହାଦ୍ବାରା ପରିବେଶକୁ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ଅନେକାଂଶରେ ବଞ୍ଚାଇ ହେବ ବୋଲି ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/65d4j65gd465j4g5jd6gdj.jpg)