ନୂଆଦିଲ୍ଲୀ : ବିଜେପି ସରକାର ବିରୋଧରେ ବୁଧବାର ଦିନ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ବର୍ଷିଛନ୍ତି। ସଂସଦରେ ମୁଦ୍ରାସ୍ଫୀତି ଉପରେ ଆଲୋଚନା କରିବା ଅସାମ୍ବିଧାନିକ ନୁହେଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ହେଉଥିବା ଆଲୋଚନାରୁ ଦୂରେଇ ରହି ଏକ ବଡ଼ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
ସେ କହିଛନ୍ତି, ସରକାରଙ୍କ ତରଫରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରିବା ଅତ୍ୟନ୍ତ ନିଷ୍ଠୁର ପଦକ୍ଷେପ। ଏହା ମୁଦ୍ରାସ୍ଫୀତିକୁ ଆହୁରି ସାଂଘାତିକ କରିବ। ଜିଏସ୍ଟିକୁ ପ୍ରିୟଙ୍କା‘ଗୃହସ୍ଥି ସତ୍ୟାନାଶ ଟ୍ୟାକ୍ସ’ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Priyanka-Gandhi.jpg)