ବେଜିଂ : ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମୋବାଇଲ ଫୋନ୍ ଅଧିକ ସମୟ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ମୋବାଇଲ ଫୋନରେ ସପ୍ତାହରେ ୩୦ ମିନିଟରୁ ଅଧିକ ସମୟ ଗପିଲେ ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ ଆଶଙ୍କା ୧୨ ପ୍ରତିଶତ ବୃଦ୍ଧି ପାଇଥାଏ।

Advertisment

ବିଶ୍ବର ତିନିଚତୁର୍ଥାଂଶ ୧୦ ବର୍ଷ ବା ତଦୂର୍ଦ୍ଧ୍ବ ବୟସ୍କ ଲୋକଙ୍କ ହାତରେ ମୋବାଇଲ ଫୋନ୍ ଅଛି। ମୋବାଇଲ ଫୋନ୍‌ରୁ ଯେଉଁ ବିକିରଣ ହୋଇଥାଏ ତାହା ଉଚ୍ଚ ରକ୍ତଚାପ ବୃଦ୍ଧିର କାରଣ। ଏହାଦ୍ବାରା ହୃଦ୍‌ଘାତ ଓ ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧି ପାଇଥାଏ, ଯାହା ବିଶ୍ବରେ ଅକାଳ ମୃତ୍ୟୁର ଏକ ବଡ଼ କାରଣ। ମୋବାଇଲ ଫୋନ୍ ଯେତେ ଅଧିକ ସମୟ ବ୍ୟବହାର କରିବ ସେତେ ଅଧିକ ବିପଦ ଆଶଙ୍କା ଥାଏ ବୋଲି ଚୀନ୍‌ର ସଦର୍ଣ୍ଣ ମେଡିକାଲ ୟୁନିଭର୍ସିଟି, ଗୁଆଙ୍ଗଝୁର ଗବେଷକ ତଥା ଅନୁଧ୍ୟାନ ଲେଖକ ସିଆନହୁଇ କିନ ପ୍ରକାଶ କରିଛନ୍ତି। ୟୁରୋପୀୟ ହାର୍ଟ ଜର୍ଣ୍ଣାଲ ଡିଜିଟାଲ ହେଲ୍‌ଥରେ ଏହି ଅନୁଧ୍ୟାନ ତଥ୍ୟ ପ୍ରକାଶ ପାଇଛି।