ଗାନ୍ଧି ପରିବାର ଏବଂ ଆଧୁନିକ ଭାରତ ସଂପର୍କରେ ଚର୍ଚ୍ଚା : ରାହୁଲଙ୍କ ପାଇଁ ମନମୋହନ ବିପଦ ନଥିବାରୁ ତାଙ୍କୁ ବାଛିଥିଲେ ସୋନିଆ

ନୂଆଦିଲ୍ଲୀ: ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସଡ୍‌ ଲ୍ୟାଣ୍ଡ୍‌’ରେ ଭାରତର ବିକାଶ, ସଂସ୍କାରମୂଳକ ପଦକ୍ଷେପ ଏବଂ ରାଜନୀତି ସଂପର୍କରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଗାନ୍ଧି ପରିବାରକୁ ନେଇ ଓବାମା ତାଙ୍କ ପୁସ୍ତକରେ ଯାହା ଲେଖିଛନ୍ତି ତାହା ଏବେ କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧିଙ୍କ ସହିତ ତାଙ୍କ ମା’ ତଥା ବର୍ତ୍ତମାନର ସଭାପତି ସୋନିଆ ଗାନ୍ଧିଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଓବାମା ଲେଖିଛନ୍ତି ସୋନିଆ ରାହୁଲଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ, କାରଣ ମନମୋହନ ରାହୁଲଙ୍କ ପାଇଁ ଆଦୌ ବିପଦ ହେବେ ନାହିଁ ବୋଲି ସୋନିଆ ଭାବୁଥିଲେ। ରାହୁଲ ଯେଭଳି ଭବିଷ୍ୟତରେ ଦଳର ବଡ଼ ନେତାଙ୍କ ଆଡ଼ୁ ସମସ୍ୟାର ସମ୍ମୁଖୀନ ନହେବେ ତାହାକୁ ଦୃଷ୍ଟିରେ ରଖି ସୋନିଆ ଏଭଳି ପଦକ୍ଷେପ ନେଇଥିଲେ ବୋଲି ଓବାମା ଉଲ୍ଲେଖ କରିଛନ୍ତି।

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାସଭବନରେ ଆୟୋଜିତ ଏକ ଡିନର୍‌ ପାର୍ଟି ସଂପର୍କରେ ମଧ୍ୟ ଓବାମା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ଭୋଜିରେ ସୋନିଆ ଏବଂ ରାହୁଲ ମଧ୍ୟ ସାମିଲ ହୋଇଥିଲେ। ସୋନିଆ ଜଣେ ଚତୁର ଏବଂ ତୀକ୍ଷ୍ମ ବୁଦ୍ଧି ସଂପନ୍ନ ମହିଳା ଏବଂ ସେ ଗମ୍ଭୀରତାର ସହ ସବୁକଥା ଶୁଣୁଥିଲେ। ବିଭିନ୍ନ ସରକାରୀ ନିଷ୍ପତ୍ତି ସଂପର୍କରେ ସେ ଅତ୍ୟନ୍ତ ସତର୍କତାର ସହ ତାଙ୍କର ମତ ରଖୁଥିଲେ ଏବଂ ମଝି ମଝିରେ ଚର୍ଚ୍ଚାକୁ ନିଜ ପୁଅ ଆଡ଼କୁ ମୁହାଁଇ ଦେଉଥିଲେ ବୋଲି ଓାବାମା ଲେଖିଛନ୍ତି।

ସମ୍ବନ୍ଧିତ ଖବର