ନୂଆଦିଲ୍ଲୀ: ସୀମାରେ ଫୁଟିବନି ଗୋଟିଏ ବି ଗୁଳି । ଭାରତ-ପାକିସ୍ତାନ ସୀମାରେ ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି । ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି । ସୀମାରେ ଗୋଟିଏ ବି ଗୁଳି ନଫୁଟାଇବାକୁ ଦୁଇ ଦେଶର ସହମତି । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ପ୍ରକାଶ କରାଯାଇଥିବା ସୂଚନା ।

Advertisment

ତେବେ ଆଜି ସଂଧ୍ୟା ୫ଟାରେ ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଥିଲା । ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଥମ ଡିଜିଏମଓ ବୈଠକ ହୋଇଥିଲା । ଭାରତର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନର ମେଜର ଜେନେରାଲ କାସିଫ୍ ଅବଦ୍ଦୁଲାଙ୍କ ମଧ୍ୟରେ ଖୋଲା ଆଲୋଚନା ପରେ ଏହି ଆଲୋଚନା ଶାନ୍ତିପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି ।