ମୁକୁଳିଲେ ତଲଓ୍ଵାର ଦମ୍ପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲାରେ  ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲଓ୍ଵାର ଆଜି ଗାଜିଆବାଦ ଜିଲ୍ଲାର ଦାସନା ଜେଲରୁ ଖଲାସ ହୋଇଛନ୍ତି। ଦୀର୍ଘ ୪ ବର୍ଷ ପରେ ଏହି ମାମଲାରେ ଦୋଷମୁକ୍ତ ହୋଇ  ମୁକ୍ତିର ଆନନ୍ଦ ଅନୁଭବ କରିଥିବା ତଲଓ୍ଵାର ଦମ୍ପତି  ଆଜି ଅପରାହ୍ନ ୫ଟାରେ ଜେଲ୍‌ରୁ ବାହାରିଥିଲେ। କଡ଼ା ପୁଲିସ ସୁରକ୍ଷା ଭିତରେ ସେମାନେ ନୋଏଡାର ଜଳବାୟୁ ବିହାର ସ୍ଥିତ ନୂପରଙ୍କ ପିତାଙ୍କ ବାସଭବନକୁ ଯାଇଥିଲେ। ଜଳବାୟୁ ବିହାରରେ ତଲଓ୍ଵାର ଦମ୍ପତିଙ୍କ ଘର ଥିଲେ ମଧ୍ୟ ସେଠାରେ ସେମାନେ ଏବେ ନ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତଲଓ୍ଵାରଙ୍କ ଓକିଲ ତନବୀର ଅହମ୍ମଦ ମୀର ଗରମାଧ୍ୟମକୁ କହିଛନ୍ତି ଯେ ତଲଓ୍ଵାର ଦମ୍ପତ୍ତିଙ୍କୁ ଫସାଇବାକୁ ଗଭୀର ଗଭୀର ଷଡ଼ଯନ୍ତ୍ର ହୋଇଥିଲାଏ ଏବଂ ଦୀର୍ଘ ବର୍ଷର ସଂଘର୍ଷ ପରେ ସେମାନେ ନ୍ୟାୟ ପାଇଛନ୍ତି। ଗଣମାଧ୍ୟମ ସେମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବା ଉଚିତ ବୋଲି ସେ କହିଥିଲେ।

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲାରେ  ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲଓ୍ଵାର ଆଜି ଗାଜିଆବାଦ ଜିଲ୍ଲାର ଦାସନା ଜେଲରୁ ଖଲାସ ହୋଇଛନ୍ତି। ଦୀର୍ଘ ୪ ବର୍ଷ ପରେ ଏହି ମାମଲାରେ ଦୋଷମୁକ୍ତ ହୋଇ  ମୁକ୍ତିର ଆନନ୍ଦ ଅନୁଭବ କରିଥିବା ତଲଓ୍ଵାର ଦମ୍ପତି  ଆଜି ଅପରାହ୍ନ ୫ଟାରେ ଜେଲ୍‌ରୁ ବାହାରିଥିଲେ। କଡ଼ା ପୁଲିସ ସୁରକ୍ଷା ଭିତରେ ସେମାନେ ନୋଏଡାର ଜଳବାୟୁ ବିହାର ସ୍ଥିତ ନୂପରଙ୍କ ପିତାଙ୍କ ବାସଭବନକୁ ଯାଇଥିଲେ। ଜଳବାୟୁ ବିହାରରେ ତଲଓ୍ଵାର ଦମ୍ପତିଙ୍କ ଘର ଥିଲେ ମଧ୍ୟ ସେଠାରେ ସେମାନେ ଏବେ ନ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ତଲଓ୍ଵାରଙ୍କ ଓକିଲ ତନବୀର ଅହମ୍ମଦ ମୀର ଗରମାଧ୍ୟମକୁ କହିଛନ୍ତି ଯେ ତଲଓ୍ଵାର ଦମ୍ପତ୍ତିଙ୍କୁ ଫସାଇବାକୁ ଗଭୀର ଗଭୀର ଷଡ଼ଯନ୍ତ୍ର ହୋଇଥିଲାଏ ଏବଂ ଦୀର୍ଘ ବର୍ଷର ସଂଘର୍ଷ ପରେ ସେମାନେ ନ୍ୟାୟ ପାଇଛନ୍ତି। ଗଣମାଧ୍ୟମ ସେମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବା ଉଚିତ ବୋଲି ସେ କହିଥିଲେ।  ୨୦୦୮ ମେ, ୧୬ରେ ଘଟିଥିବା ଆରୁଷି-ହେମରାଜ ହତ୍ୟା ମାମଲାର ଯାଞ୍ଚ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାରେ ସିବିଆଇ ସକ୍ଷମ ହୋଇନାହିଁ ବୋଲି ଦର୍ଶାଇ ଆହ୍ଲାବାଦ ହାଇକୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କରିଥିଲେ।  ସିବିଆଇ ଯେଉଁ ପ୍ରମାଣ ଦାଖଲ କରିଥିଲା ତାହା ସନ୍ଦେହର ଊର୍ଦ୍ଧ୍ୱରେ ନଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

ଦୁର୍ବଳ ପ୍ରମାଣ ଆଧାରରେ ସିବିଆଇ ଅଦାଲତ ତଲଓ୍ଵାର ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଉପଯୁକ୍ତ ପ୍ରମାଣ ନଥିଲେ ସୁପ୍ରିମ୍‌ କୋର୍ଟ ମଧ୍ୟ ଏଭଳି କଠୋର ଦଣ୍ଡ  ଦିଏ ନାହିଁ ବୋଲି କୋର୍ଟ କହିଥିଲେ। ଦନ୍ତ ଚିକିତ୍ସକ ଦମ୍ପତି ରାଜେଶ ଓ ନୁପୁରଙ୍କୁ ସେମାନଙ୍କ ଏକମାତ୍ର ସନ୍ତାନ ଆରୁଷିକୁ ହତ୍ୟା ମାମଲାରେ ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦୧୩ ନଭେମ୍ବର ୨୬ ତାରିଖରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନୋଏଡ଼ାର ସେକ୍‌ଟର ୨୫ ସ୍ଥିତି ଜଳବାୟୁ  ବିହାରରେ  ଘଟିଥିବା ଏହି ଡବଲ ମର୍ଡର ମାମଲାର ଯାଞ୍ଚ ପ୍ରଥମେ ପୁଲିସ ଏବଂ ପରେ ସିବିଆଇର ୨ଟି ଟିମ୍‌ କରିଥିଲେ।

ସମ୍ବନ୍ଧିତ ଖବର