ନୂଆ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର: ଏବେ ୫୦% ଯାତ୍ରୀଙ୍କ ସହ ଚଳାଚଳ କରିବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ

ଚେନ୍ନାଇ: ଗତ ଦୁଇ ଦିନ ଧରି ୨୦,୦୦୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାମିଲନାଡୁ ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ନୂତନ ନିୟମରେ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ୫୦% କର୍ମଚାରୀ ସହିତ ସୀମିତ କ୍ଷମତାରେ କାର୍ଯ୍ୟ କରିବାକୁ ପଡିବ। ନୂତନ ପ୍ରତିବନ୍ଧକ ତାମିଲନାଡୁରେ ମେ ୬ରୁ ଲାଗୁ ହେବ ଏବଂ ମେ ୨୦ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ନୂତନ ପ୍ରତିବନ୍ଧକଗୁଡ଼ିକ ହେଲା

– ଟ୍ରେନ୍, ମେଟ୍ରୋ ରେଳ ସେବା, ବସ୍ ଏବଂ ଟ୍ୟାକ୍ସି ୫୦% ଯାତ୍ରୀଙ୍କ ସହ ଚଳାଚଳ କରିବ। ରେଷ୍ଟୁରାଣ୍ଟ ଏବଂ ଚା’ ଷ୍ଟଲଗୁଡିକୁ ଖାଦ୍ୟ ପାର୍ସଲ ପାଇଁ ମଧ୍ୟାହ୍ନ ୧୨ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି।

– ଗ୍ରୋସରୀ ଏବଂ ପନିପରିବା ଦୋକାନଗୁଡ଼ିକୁ ମଧ୍ୟାହ୍ନ ୧୨ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଜରୁରୀ ଜିନିଷ ଯୋଗାଉଥିବା ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ସବୁଦିନ ଭଳି କାମ କରିପାରିବ।

– ସ୍ପା, ଜିମ୍, ମଲ୍, ପ୍ରେକ୍ଷାଳୟ ଏବଂ ମନୋରଞ୍ଜନ କେନ୍ଦ୍ର ବନ୍ଦ ରହିବ। ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, କ୍ରୀଡା, ଶିକ୍ଷାଗତ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ।

– ଅନ୍ତିମ ସଂସ୍କାରରେ କେବଳ ୨୦ଜଣଙ୍କୁ ଅନୁମତି।

– ରାତି ୧୦ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଏବଂ ମେ ୨୦ପର୍ଯ୍ୟନ୍ତ ରବିବାର ଦିନଟି ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିବ।

– ମାଛ, ମାଂସ ଏବଂ କୁକୁଡ଼ା ଷ୍ଟଲଗୁଡିକ ଶନିବାର ଦିନ ବନ୍ଦ ରହିବ।

ସମ୍ବନ୍ଧିତ ଖବର