ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ହସ୍ପିଟାଲାରେ ମୃତ୍ୟୁ ହୋଇଛି। ବିସ୍ଫୋରଣ ଘଟିଥିବା ବାଣ ଫ୍ୟାକ୍ଟ୍ରିକୁ ତୁରନ୍ତ ଅଗ୍ନିନିର୍ବାପକ ଦଳ ଏବଂ ଆମ୍ବୁଲାନ୍ସ ପଠାଯାଇଥିଲା। ଜିଲ୍ଲାପାଳ ଏମ୍ ଆରତୀ, ଡିଆଇଜି ପି ପକଭଲନ ଏବଂ ଏସ୍ପି ଏମ୍ ସୁଧାକର ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିସ୍ଫୋରଣର କାରଣ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
ତାମିଲନାଡ଼ୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ
/sambad/media/post_attachments/wp-content/uploads/2023/03/54f654s56fhhffhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)