ଚେନ୍ନାଇ: ଆଜି ତାମିଲନାଡୁର ନେଭେଲି ଲିଗ୍ନାଇଟର ଦୁଇ ନମ୍ବର ପ୍ଲାଣ୍ଟରେ ବଏଲର୍ ବିସ୍ଫୋରଣ ହେବାରୁ ଅନ୍ୟୂନ ୬ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୭ଜଣ ଆହତ ହୋଇଥିଲେ। ଏବେ ଆହତମାନଙ୍କୁ ଏନ୍ଏଲ୍ସି ଲିଗ୍ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ଏମ ଏଡ୍ଡାପଡି କେ ପଲାନିସ୍ଵାମୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ୩ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି | ଏହା ସହ ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥିବା ବେଳେ ସାମାନ୍ୟ ଆଘାତ ପାଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/post_attachments/a4e9ff3e19a0341c04206416ddd49f599a41b00a39b52cf7e23a030ce308efcf.jpg)
ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଆଜି ସକାଳେ କର୍ମଚାରୀମାନେ ପ୍ଲାଣ୍ଟ୍ ଚଳାଇବା ଆରମ୍ଭ କରିବା ବେଳେ ବିସ୍ଫୋରଣ ଘଟିଥିଲା | ପ୍ରଥମେ ଦୁଇଜଣ ମୃତ୍ୟବରଣ କରିଥିବା ନେଇ ଖବର ମିଳିବା ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢି ୬ରେ ପହଞ୍ଚିଥିଲା | ଏବେ ଆହତ ମାନଙ୍କୁ ଏନ୍ଏଲ୍ସି ଲିଗ୍ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି |