୨, ୮୫୭ କୋଟି ଟଙ୍କାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂସ୍କାର ଯୋଜନା ଆରମ୍ଭ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ

ଚେନ୍ନାଇ: ମଙ୍ଗଳବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ୨, ୮୫୭ କୋଟି ଟଙ୍କାର ତାମିଲନାଡୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଶ୍ୱ ବ୍ୟାଙ୍କ୍‌ର ଆର୍ଥିକ ସହାୟତାରେ ଏହି ୫ ବର୍ଷିୟ ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ କରାଯିବ।

ଉନ୍ନତ ମାନର ତତ୍ତ୍ୱାବଧାନ, ଅଣସଂକ୍ରାମ ରୋଗ ଓ ଆଘାତଜନିତ ରୋଗର ପରିଚାଳନା ଏବଂ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଭଳି ତିନିଟି କ୍ଷେତ୍ର ଉପରେ ଏହି କାର୍ଯ୍ୟକ୍ରମ ଜରିଆରେ ଧ୍ୟାନ ଦିଆଯିବ।

Image Source: Zee News

ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ ଡାକ୍ତରଖାନାକୁ କ୍ୱାଲିଟି ସାର୍ଟିଫିକେସନ୍‌ ମଧ୍ୟ ଦିଆଯିବ। ଫଳରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସାର ମାନ ଉନ୍ନତ କରାଯାଇପାରିବ। ଆକ୍ରାନ୍ତର କରିବାର ପ୍ରାରମ୍ଭିକ ସମୟରୁ ମଧୁମେହ, କର୍କଟ ରୋଗ, ରକ୍ତଚାପ, ସ୍ତନ କର୍କଟ ଏବଂ ମାନସିକ ବିକାର ଭଳି ଅଣସଂକ୍ରାମକ ରୋଗଗୁଡ଼ିକ ନିଦାନ କରିବାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଧ୍ୟାନ ଦିଆଯିବ।

ଏକ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲ୍‌ଭମ୍‌ କହିଛନ୍ତି ଯେ ଏହି ଯୋଜନା ଲାଗି ମଳିଥିବା ଅର୍ଥରୁ ୧, ୯୯୯ କୋଟି ଟଙ୍କା ହେଉଛି ବିଶ୍ୱ ବ୍ୟାଙ୍କ୍‌ର ଋଣ। ବାକି ଅର୍ଥ ରାଜ୍ୟ ସରକାର ଯୋଗାଇ ଦେବେ।

ଭାରତ ନିମିତ୍ତ ବିଶ୍ୱବ୍ୟାଙ୍କ୍‌ର କଣ୍ଟ୍ରି ଡାଇରେକ୍ଟର୍‌ ଜୁନେଦ୍‌ କମଳ ଅହମଦ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର