କରୋନା ଆକ୍ରାନ୍ତ ସଂଖ୍ୟା ଗୁଜରାଟକୁ ଟପିଗଲା ତାମିଲନାଡ଼ୁ

ନୂଆଦିଲ୍ଲୀ: ଦେଶରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଭାବେ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୨୭ ହଜାର ଟପିଛି। ମହାରାଷ୍ଟ୍ର ପରେ ଦ୍ବିତୀୟ ପ୍ରଭାବିତ ରାଜ୍ୟଭାବେ ଗୁଜରାଟରେ ଆକ୍ରାନ୍ତ ସଂଖ୍ୟା ୯ହଜାର ୫୦୦ ଟପିଥିଲା। କିନ୍ତୁ ତାମିଲନାଡ଼ୁ ଆଜି ଗୁଜରାଟକୁ ଟପିଯାଇଛି ଏବଂ ଦ୍ବିତୀୟ ପ୍ରଭାବିତ ରାଜ୍ୟ ଭାବେ ତାମିଲନାଡ଼ୁରେ ମୃତ୍ୟୁସଂଖ୍ୟା ୯,୬୭୪ ରେ ପହଞ୍ଚିଛି। ତାମିଲନାଡ଼ୁରେ ୨,୨୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୬୬ ଜଣଙ୍କ ମୃତ୍ୟୁ ହୋଇଛି।

ଗୁଜରାଟରେ ୩,୭୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୮ହଜାର ୪୭୦ ରହିଛି ଏବଂ ୩,୦୪୫ ଜଣ ଆରୋଗ୍ୟ ହୋଇଛନ୍ତି। ରାଜସ୍ଥାନରେ ଆକ୍ରାନ୍ତ ସଂଖ୍ୟା ୪,୫୩୪ ପହଞ୍ଚିଛି। ରାଜସ୍ଥାନରେ ମୋଟ୍‌ ୧୨୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨,୫୮୦ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ତାମିଲନାଡ଼ୁରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଚେନ୍ନାଇ। ଚେନ୍ନାଇରେ ମୋଟ୍‌ ମାମଲା ୫,୬୨୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର